ନୂଆଦିଲ୍ଲୀ ୦୮।୧୦: ନିଜର ଶେଷ ଲିଗ୍ ମ୍ୟାଚ୍ରେ ବିଜୟୀ ହୋଇଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍ ଦୌଡରୁ ବାଦ୍ ପଡିଛି। ଏଥିସହ ଆଇପିଏଲ ୨୦୨୧ର ପ୍ଲେ ଅଫ୍ ରାଉଣ୍ଡ ଚିତ୍ର ସ୍ପଷ୍ଟ ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ର ପ୍ଲେଅଫରେ ଚାରୋଟି ଦଳ ପ୍ରବେଶ କରିଛନ୍ତି। ଚାରୋଟି ଦଳ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପରକିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ। ଦିଲ୍ଲୀ ଶୀର୍ଷରେ ରହିଥିବା ବେଳେ ଚେନ୍ନାଇ ଦ୍ଵିତୀୟ, ବେଙ୍ଗାଲୁରୁ ତୃତୀୟ ଏବଂ କୋଲକାତା ଚତୁର୍ଥ ସ୍ଥାନରେ ରହିଛନ୍ତି।
ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୩୬ ରନର ବିଜୟ ଲକ୍ଷ୍ୟ ରଖିଥିଲା। ପ୍ଲେଅଫ୍ରେ ପହଞ୍ଚିବା ପାଇଁ ମୁମ୍ଵାଇକୁ ୧୭୦ରୁ ଅଧିକ ରନରେ ବିଜୟ ଜରୁରୀ ଥିଲା। ତେବେ ଯାଇ ଦଳର ରନ ରେଟ୍ କୋଲକାତା ନାଇଟ୍ ରାଇଡର୍ସଠୁ ଉନ୍ନତ ରହିଥାନ୍ତା। ଦୁଇ ଦଳର ପଏଣ୍ଟ ୧୪ ରହୁଥିଲେ ବି କୋଲକାତାର ନେଟ ରନ ରେଟ୍ + ୦.୫୮୭ ରହିଥିଲା। ଏଥିରୁ ଉନ୍ନତ ରନ ରେଟ୍ ପାଇଁ ମୁମ୍ବାଇକୁ ବିଶାଳ ବିଜୟର ଆବଶ୍ୟକତା ଥିଲା।
ମୁମ୍ବାଇ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟସମ୍ୟାନ ମଧ୍ୟ ସେହି ଉଦ୍ଦେଶ୍ୟ ରଖି ପଡିଆକୁ ଓହ୍ଲାଇଥିଲେ। ଓପନିଂ ବ୍ୟାଟମସ୍ୟାନ ଇଶାନ କିଶନ ମାତ୍ର ୧୬ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ପରି ଦଳ ୨୩୫ ରନ କରିଥିଲା।
ପ୍ଲେଅଫରେ ପହଞ୍ଚିବା ପାଇଁ ମୁମ୍ବାଇକୁ ଦରକାର ଥିଲା ହାଇଦ୍ରାବାଦକୁ ୬୫ କିମ୍ବା ସେଥିରୁ କମ ରନରେ ରୋକିବା। ଏହା ଦଳ ପାଇଁ ବହୁତ ମୁସ୍କିଲ ଟାର୍ଗେଟ୍ ଥିଲା। ଦଳ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରି ନାହିଁ। ଏଥିସହ କୋଲକାତା ଚତୁର୍ଥ ସ୍ଥାନରେ ନିଜର ସ୍ଥିତି ମଜବୁତ କରି ପ୍ଲେଅଫରେ ପ୍ରବେଶ କରିଛି। ଏଥିସହ ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପରକିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ପ୍ଲେ ଅଫରେ ପରସ୍ପରର ମୁକାବିଲା କରିବେ।
ପ୍ରଥମ ଦୁଇଟି ସ୍ଥାନରେ ଥିବା ଦିଲ୍ଲୀ ଏବଂ ଚେନ୍ନାଇ ଦଳକୁ ଫାଇନାଲ୍ରେ ପ୍ରବେଶ ପାଇଁ ଦୁଇଟି ସୁଯୋଗ ମିଳିବ। ଏହି ଦୁଇ ଦଳ ମଧ୍ୟରେ ପ୍ରଥମ କ୍ଵାଲିଫାୟର ମୁକାବିଲା ଖେଳାଯିବ, ଯେଉଁ ଦଳ ଜିତିବ ସିଧାସଳଖ ଫାଇନାଲ୍ରେ ପହଞ୍ଚିବ। ଅନ୍ୟପଟେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଥିବା ଆରସିବି ଏବଂ କେକେଆର ପରସ୍ପର ଏଲିମିନେଟର ମୁକାବିଲାରେ ଭେଟିବେ। ଏଥିରୁ ବିଜୟୀ ଦଳ ପ୍ରଥମ କ୍ଵାଲିଫାୟର ମ୍ୟାଚ୍ରେ ପରାଜିତ ଦଳକୁ ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍ରେ ଭେଟିବ।
କେଉଁ ଦଳ ସହ କାହାର ମୁକାବିଲା
ପ୍ରଥମ କ୍ଵାଲିଫାୟାର ମୁକାବିଲା- ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଚେନ୍ନାଇ ସୁପରକିଙ୍ଗ୍ସ, ଅକ୍ଟୋବର ୧୦, ସନ୍ଧ୍ୟା- ୭ଟା ୩୦, ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ
ଏଲିମିନେଟର ମୁକାବିଲା- ନାଇଟ୍ ରାଇଡର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଅକ୍ଟୋବର ୧୧, ସନ୍ଧ୍ୟା-୭ଟା ୩୦, ସାରଜା
from Prameya News7 https://ift.tt/3FsimTb

No comments: