ରାଇରଙ୍ଗପୁର, ୦୭/୧୦: ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରୁଥିବା ସମୟରେ ଜଣେ ଚୋରର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ । ବହଳଦା ଥାନା ସାନଦୁନ୍ଦୁ ଗ୍ରାମରେ ବିପିଏଲ୍ ଶ୍ରେଣୀର ପରିବାରମାନଙ୍କ ନିମନ୍ତେ ଲାଗିଥିବା ୩୩ କେ.ଭି ଟ୍ରାନ୍ସଫର୍ମରଟି ଗାଁ ମୁଣ୍ଡରେ ବସାଯାଇଥିଲା । ତେବେ ଆଜି ସକାଳୁ ଗ୍ରାମର କିଛି ଲୋକ ଶୌଚ ପାଇଁ ଗାଁ ମୁଣ୍ଡକୁ ଯାଇଥିବା ସମୟରେ ଟ୍ରାନ୍ସଫର୍ମର ପାଖରେ ଏକ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇ ବହଳଦା ଥାନାକୁ ଖବର ଦେଇଥିଲେ ।
ବହଳଦା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଟ୍ରାନ୍ସଫର୍ମର ଚୋରି କରୁଥିବା ବେଳେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ଏହି ଘଟଣାରେ ଅନ୍ୟମାନଙ୍କର ମଧ୍ୟ ସମ୍ପୃକ୍ତ ଥିବାର ଅନୁମାନ କରାଯାଉଛି । ଶବକୁ ଜବତ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ ।
from Prameya News7 https://ift.tt/3ahitCN
ଟ୍ରାନ୍ସଫର୍ମର ଚୋରି କରୁଥିବା ସମୟରେ ଚୋରର ମୃତ୍ୟୁ, ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ୍
Reviewed by SUBHENDU BARAL
on
October 07, 2021
Rating:
No comments: