ପୁରୀ, ୦୭/୧୦: ପୁରୀ ବେଳାଭୂମିରେ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଭାସିଗଲେ ତିନି ପର୍ଯ୍ଯଟକ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଥିବା ଜଣାପଡ଼ିଛି । ନିଖୋଜ ପର୍ଯ୍ଯଟକ ହେଉଛନ୍ତି ସହିଦ ଅନୱର । ଉଦ୍ଧାର ହୋଇଥିବା ଦୁଇ ପର୍ଯ୍ଯଟକ ହେଉଛନ୍ତି ୨୨ ବର୍ଷୀୟ ଭଦ୍ରକ ବିଟିପୁର ଅଞ୍ଚଳର ରହେଶ କୁମାର ସିଂ ଏବଂ ଅନ୍ଯ ଜଣେ ହେଲେ ଅନୁଗୁଳର ୨୨ ବର୍ଷୀୟ ଓମ୍ ପ୍ରକାଶ ଜାଦବ ।
ଲାଇଟ୍ ହାଉସ ନିକଟ ସମୁଦ୍ରରେ ଗାଧୋଉଥିବା ସମୟରେ ଏଭଳି ଅଘଟଣ ଘଟିଛି । ଲାଇଫଗାର୍ଡମାନେ ତିନି ପର୍ଯ୍ଯଟକଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରି ପୁରୀ ସଦର ହସପିଟାଲରେ ଭର୍ତ୍ତି କରିଛନ୍ତି । ଜଣେ ସୁସ୍ଥ ଥିବା ବେଳେ ଅନ୍ଯ ଜଣେ ଗୁରୁତର ଥିବା ଜଣାପଡିଛି ।
from Prameya News7 https://ift.tt/3ahmWFB
ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୩ ପର୍ଯ୍ୟଟକ, ୨ ଉଦ୍ଧାର, ଜଣେ ନିଖୋଜ
Reviewed by SUBHENDU BARAL
on
October 07, 2021
Rating:
No comments: