ଏବେବି ଦେଶରେ କରୋନା ସ୍ଥିତି ସୁଧୁରିନି! ସତର୍କତାର ସହ ଅନଲକ୍ ହେଉ । ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ Kanak News

ଦେଶରେ କରୋନାର ଦ୍ବିତୀୟ ଲହର ଏବେ ଚାଲିଛି। ସଂକ୍ରମଣର ଭୟାବହତା ହ୍ରାସ ପାଇଥିଲେ ମଧ୍ୟ ସ୍ଥିତି ସ୍ବାଭାବିକ ହେବାକୁ ଆହୁରି ଅନେକ ଦିନ ଲାଗିଯିବ।  ଏଭଳି ସ୍ଥିତିରେ ଲୋକେ ଯେଭଳି କୋଭିଡ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ ଜାରି ରଖିବେ ଏବଂ ପରୀକ୍ଷା-ଚିକିତ୍ସା-ଟିକାକରଣ ରଣନୀତି ପାଳନରେ ଆଦୌ ଅବହେଳା ହେବନାହିଁ ସେଥିପ୍ରତି ରାଜ୍ୟମାନେ ସତର୍କ ରହିବାକୁ ହେବ ବୋଲି  କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଆଜି ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଜଣାଇଛନ୍ତି। ରାଜ୍ୟ ମୁଖ୍ୟ ସଚିବ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକମାନଙ୍କୁ ସେ ଏହି ମର୍ମରେ ଏକ ଚିଠି ଲେଖିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଅନଲକ୍ ପ୍ରକିୟା ସହିତ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ପାଇଁ ସତର୍କତାର ସହ ପଦକ୍ଷେପ ନେବାକୁ ହେବ। କରୋନା ଶୃଙ୍ଖଳକୁ ଭାଙ୍ଗିବାରେ ଟିକାକରଣର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ଏହାକୁ ତ୍ବରାନିତ କରିବାକୁ ସେ କହିଛନ୍ତି। ତୃଣମୂଳ ସ୍ତରରେ ସଂକ୍ରମଣର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟଗୁଡ଼ିକ ଲକଡାଉନ୍ ଲାଗୁ କରିବା କିମ୍ବା ଉଠାଇବା ନିଷ୍ପତ୍ତି ନେବା ଉଚିତ। ସଂକ୍ରମଣ କମିଲେ ଲକଡାଉନ୍ କୋହଳ କରିବାର ଆବଶ୍ୟକତା ଥିଲେ ମଧ୍ୟ ଏହି ସମସ୍ତ ପ୍ରକ୍ରିୟାକୁ ଯତ୍ନର ସହିତ କାର୍ଯ୍ୟକାରୀ କରିବା ପାଇଁ ରଣନୀତି ଅବଲମ୍ବନ କରିବାକୁ ଗୃହ ସଚିବ ତାଙ୍କ ଚିଠିରେ କହିଛନ୍ତି।

ଲକଡାଉନ୍ କୋହଳ ହେବାପରେ କେତେକ ରାଜ୍ୟର ବଜାରଗୁଡ଼ିକରେ ଗହଳି ପୁଣି ଦେଖାଦେଉଛି। କୋଭିଡ ଉପଯୁକ୍ତ ବ୍ୟବହାର ପାଳନ କରାଯାଉନାହିଁ ଏବଂ ଏଥି ଯୋଗୁଁ ଅଚାନକ ବିପଦ ବଢ଼ିଯିବା ଆଶଙ୍କା ରହିଛି। ତେଣୁ ତାହା ଉପରେ ତୀଖ୍‌ଣ ଦୃଷ୍ଟି ଦେବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିଭଳି ଟେଷ୍ଟିଂ ସଂଖ୍ୟା ଯେଭଳି କମିବ ନାହିଁ ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି କିମ୍ବା ଉଚ୍ଚ ପଜିଟିଭ ହାର ଦେଖା ନଦେବ ତାହା ଉପରେ ନଜର ରଖିବାକୁ କୁହାଯାଇଛି।



from Kanak News https://ift.tt/35FcJQR https://ift.tt/3vGvk9X
ଏବେବି ଦେଶରେ କରୋନା ସ୍ଥିତି ସୁଧୁରିନି! ସତର୍କତାର ସହ ଅନଲକ୍ ହେଉ । ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ Kanak News ଏବେବି ଦେଶରେ କରୋନା ସ୍ଥିତି ସୁଧୁରିନି! ସତର୍କତାର ସହ ଅନଲକ୍ ହେଉ । ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ Kanak News Reviewed by SUBHENDU BARAL on June 19, 2021 Rating: 5

No comments:

Powered by Blogger.