ପୁରୀ: ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ଆଜି ହେବ କରୋନା ଟେଷ୍ଟ। ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣମୀ ରହିଛି। ସେବାୟତ, ପୋଲିସ କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନର ଯେଉଁ କର୍ମଚାରୀ ମାନେ ସ୍ନାନଯାତ୍ରାରେ ସାମିଲ ହେବେ ସେମାନଙ୍କର ଆଜି କରୋନା ଟେଷ୍ଟ ହେବ। ପୁରୀର ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ କରାଯିବ। RTPCR ଟେଷ୍ଟ ରଥ ସହ ସଂପୃକ୍ତ ସମସ୍ତଙ୍କର ୪ ଥର RTPCR ଟେଷ୍ଟ ହେବ ବୋଲି ଦିନକ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଟିଂରେ ନିଷ୍ପତ୍ତି ହୋଇଥିଲା। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ସେପଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ। ତିନି ରଥର ୧୪ ନାହାକା ନିର୍ମାଣ କାର୍ଯ୍ୟ ଚାଲିଛି।
ପୂର୍ବରୁ ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ହେବ କରୋନା ଟେଷ୍ଟ ହେବ ବୋଲି କୁହାଯାଇଥିଲା। ରଥ ସହ ସଂପୃକ୍ତ ସମସ୍ତଙ୍କର ୪ ଥର RTPCR ଟେଷ୍ଟ ହେବା ନେଇ ସୂଚନା ମିଳିଛି। ସେବାୟତ, ପୋଲିସ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କ ସମସ୍ତଙ୍କର କରୋନା ଟେଷ୍ଟ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ଦେବସ୍ନାନ ପୂର୍ଣ୍ଣମୀ ପୂର୍ବରୁ, ଗୁଣ୍ଡିଚା ଯାତ୍ରା ପୂର୍ବରୁ ଓ ବାହୁଡ଼ା ଯାତ୍ରା ପୂର୍ବରୁ ଏବଂ ନୀଳାଦ୍ରି ବିଜେର ୧୫ ଦିନ ପରେ କୋଭିଡ୍ ଟେଷ୍ଟ ହେବ ବୋଲି ସୂଚନା ମିଳିଛି। ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କର RTPCR ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ସଂପୃକ୍ତ ସମସ୍ତ ସେବାୟତ ଓ ଅଧିକାରୀଙ୍କୁ ଟିକାକରଣ ଉପରେ ଫୋକସ୍ ମଧ୍ୟ କରାଯାଇଛି। ଏଥିସହ ଯୋଗସୂତ୍ର ସ୍ଥାପନ ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ ହେବେ। ସମ୍ପୃକ୍ତ ଅଧିକାରୀ ଜଣକ ଶ୍ରୀମନ୍ଦିର ପ୍ରଶାସନ ଓ CDMO ଅଫିସ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବେ ବୋଲି ସୂଚନା ମିଳିଛି।
ତେବେ ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ସୂଚନା ମିଳିଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ପରେ ଦର୍ଶନ ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର କହିଛନ୍ତି। ତେବେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି।
The post ଆଜି ସେବାୟତଙ୍କର ହେବ କରୋନା ଟେଷ୍ଟ୍ appeared first on OTV Khabar..
from OTV Khabar. https://ift.tt/3xEhA0R
No comments: