ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି। ରାତି ୧୧ଟାରେ ତାଙ୍କର ପରଲୋକ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ ପରବର୍ତ୍ତୀ ଜଟିଳତା ନେଇ ସେ ଚିକିତ୍ସାଧୀନ ଥିଲେ।
ତପୁ ମିଶ୍ର କରୋନାରୁ ସୁସ୍ଥ ହେବା ପରେ କୋଭିଡ୍ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତ କିଛି ଦିନ ଭିତରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି ତପୁଙ୍କ ଭଉଣୀ ଧ୍ରୁତି ଦୀପା କହିଥିଲେ। କୋଲାକାତା କିମ୍ବା ଚେନ୍ନାଇରେ ଯଦି, ତାଙ୍କ ଚିକିତ୍ସା କରାଯାଇପାରିଥିଲେ ତପୁ ସୁସ୍ଥ ହୋଇପାରିବେ ବୋଲି ତାଙ୍କ ଭଉଣୀ କହିଥିଲେ।
ତପୁ ଥିଲେ ଓଡ଼ିଶା ଫିଲ୍ମ ଏବଂ ଆଲବମ୍ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା। ସେ ଏକାଧିକ ହିଟ୍ ଗୀତ ଗାଇଥିଲେ। ‘ଆଇ ଲଭ ୟୁ’, ‘ଚକୋଲେଟ’ ଭଳି ସୁପରହିଟ ଫିଲ୍ମରେ ସେ କଣ୍ଠଦାନ କରିଥିଲେ।
କିଛି ଦିନ ପୂର୍ବେ ବାପାଙ୍କୁ ହରାଇଥିଲେ ତପୁ ମିଶ୍ର। ଉଭୟ ଓଡ଼ିଆ ସିନେମା ଓ ଆଲବମ ଜଗତରେ ବହୁ ହିଟ୍ ଗୀତ ଗାଈ ଦର୍ଶକଙ୍କ ପାଖରେ ଆଦୃତି ଲାଭ କରିଥିଲେ।
ତପୁଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି।
The post ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ appeared first on OTV Khabar..
from OTV Khabar. https://ift.tt/3qbYT1T
No comments: