ଆନ୍ଧ୍ର ମୁହାଁ ପାରାଦୀପର ତେଲୁଗୁ ବସ୍ତିବାସିନ୍ଦା ! Rajalaxmi Sahoo

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପର ବିଭିନ୍ନ ବସ୍ତି ଅଞ୍ଚଳର ତେଲୁଗୁ ସମ୍ପ୍ରଦାୟର ଲୋକେ ଏବେ ଆନ୍ଧ୍ର ମୁହାଁ। ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ସେମାନେ ମତଦାନ କରିବାକୁ ଯାଉଥିବା ଅଭିଯୋଗ ହୋଇଛିା ଏପରିକି ଆନ୍ଧ୍ର ଯିବାପାଇଁ ପାରାଦୀପରେ ବସ୍‌ ଲାଗୁଥିବା ମଧ୍ୟ ଦେଖିବାକୁ ମିଳିଛି।

ଷଣ୍ଢକୁଦ, ନୂଆବଜାର ଏବଂ ନେହରୁ ବଙ୍ଗଳା ବସ୍ତି ସମେତ ଅନ୍ୟ କେତେକ ବସ୍ତିରେ ରହୁଥିବା ତେଲୁଗୁ ସମ୍ପ୍ରଦାୟର ମତ୍ସ୍ୟଜୀବୀଙ୍କ ନାଁ ଆନ୍ଧ୍ରପ୍ରଦେଶର ଭୋଟର ତାଲିକାରେ ଥିବା ଅଭିଯୋଗ ହୋଇଛି। ତେଣୁ ଏହି ଭୋଟରମାନଙ୍କୁ ନେବା ପାଇଁ ସେଠାକାର ପ୍ରାର୍ଥୀମାନେ ବସ୍ ପଠାଉଥିବା ଚର୍ଚ୍ଚା ହେଉଛି।

ପାରାଦୀପ ବସ୍ତି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୫ ହଜାର ତେଲୁଗୁ ଭୋଟରଙ୍କର ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶ ଭୋଟର ତାଲିକାରେ ନାମ ଥିବା ଅଭିଯୋଗ ହୋଇଛି। ସେମାନେ ଉଭୟ ରାଜ୍ୟର ଭୋଟର ପରିଚୟ ପତ୍ର ହାତେଇ ଲାଭବାନ ହେଉଥିବା ଅଭିଯୋଗ ଆସିଛି। ଏହି ଲୋକମାନେ କାହିଁକି ଆନ୍ଧ୍ର ଯାଇଛନ୍ତି, ଏହାର ତଦନ୍ତ କରାଯାଉଛି। ଯଦି ସେମାନେ ଉଭୟ ରାଜ୍ୟର ଭୋଟର ଥିବା ନେଇ ପ୍ରମାଣ ମିଳିବ, ତା’ହେଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାରାଦୀପ ପୌରନିର୍ବାହୀ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷେ, ମାଲକାନଗିରି  ଚିତ୍ରକୋଣ୍ଡା ବ୍ଲକର ଏକାଧିକ ଗାଁ ଲୋକେ ଏବେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାସନ୍, ପାଣି, ଭତ୍ତା ଏପରିକି କରୋନା ସମୟରେ ସହାୟତା ବି ଆନ୍ଧ୍ର ପକ୍ଷରୁ ମିଳୁଛି। ସବୁ କିଛି ଆନ୍ଧ୍ର ପାଖରୁ ମିଳୁଥିବାରୁ ଆନ୍ଧ୍ର ନିର୍ବାଚନରେ ଭାଗ ନେବାକୁ ଜୁମଡାଙ୍ଗ ଗାଁ ବାସିନ୍ଦା ନିଷ୍ପତ୍ତି ନେଇଛନ୍ତି।

The post ଆନ୍ଧ୍ର ମୁହାଁ ପାରାଦୀପର ତେଲୁଗୁ ବସ୍ତିବାସିନ୍ଦା ! appeared first on OTV Khabar..



from OTV Khabar. https://ift.tt/374yj2m
ଆନ୍ଧ୍ର ମୁହାଁ ପାରାଦୀପର ତେଲୁଗୁ ବସ୍ତିବାସିନ୍ଦା ! Rajalaxmi Sahoo ଆନ୍ଧ୍ର ମୁହାଁ ପାରାଦୀପର ତେଲୁଗୁ ବସ୍ତିବାସିନ୍ଦା ! Rajalaxmi Sahoo Reviewed by SUBHENDU BARAL on February 11, 2021 Rating: 5

No comments:

Powered by Blogger.