ଆଜିଠୁ ସବୁଦିନ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ, ଆନନ୍ଦବଜାରରେ ମହାପ୍ରସାଦ ଖାଇପାରିବେ ଭକ୍ତ

ପୁରୀ,୧୨/୦୨: ଶୁକ୍ରବାରଠୁ  ସବୁଦିନ ଶ୍ରୀଜିଊଙ୍କୁ ଦର୍ଶନ କରିପାରିବେ ଭକ୍ତ । ପ୍ରତ୍ୟେକ ଦିନ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ବିଶେଷ କରି ଆନନ୍ଦବଜାରେ ଅବଢ଼ା ଖାଇବା ଉପରେ ପୂର୍ବରୁ କଟକଣା ରହିଥିଲା । ତେଣୁ ପ୍ରଶାସନକୁ  ସମାଲୋଚନାର ଶିକାର ହେବାକୁ ପଡିଥିଲା ।

ଶୁକ୍ରବାରଠାରୁ ଭକ୍ତମାନେ ଆନନ୍ଦବଜାରରେ ବସି ଅବଢ଼ା ଖାଇବାର ସୁଯୋଗ ପାଇପାରିବେ । ଏଭଳି ସଂଶୋଧିତ ମାର୍ଗଦର୍ଶିକା ବୁଧବାର ଦିନ ଜାରି କରାଯାଇଛି । କୋହଳ ଦର୍ଶନ ଲାଗୁ ହେବା ପରେ ଭକ୍ତଙ୍କ ଗହଳି ବଢ଼ିବାର ଆକଳନ କରାଯାଇଛି । ଶୁକ୍ରବାର ୧୦ରୁ ୧୨ ହଜାର ଭକ୍ତଙ୍କ ପାଇଁ ଆନନ୍ଦବଜାରରେ ବସି ମହାପ୍ରସାଦ ପାଇବାକୁ ପ୍ରସ୍ତୁତି ଚାଲିଛି । ସୁଆର ମହାସୁଆର ନିଯୋଗ ୩୭ରୁ ଅଧିକ ଦୋକାନରେ ମହାପ୍ରସାଦ ବିକ୍ରି ବ୍ୟବସ୍ଥା କରିଛି । ସାମାଜିକ ଦୂରତା ରକ୍ଷା କରିବ ଭକ୍ତମାନେ ଅବଢ଼ା ଖାଇବା ପ୍ରତି ନିଯୋଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଏତତ୍ ବ୍ୟତୀତ ଭକ୍ତଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କରାଇବା, ଧାଡି ଦର୍ଶନରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ସାନିଟାଇଜ କରିବାକୁ ଜେଟିପି ଓ ପ୍ରତିହାରୀ ସେବକଙ୍କୁ ତାଲିମ ଦିଆଯାଇଛି । ମୂଳ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ତଥା କୋଭିଡ୍‌ ଗାଇଡ୍‌ ଲାଇନ ପାଳନ କରିବାକୁ ସୁରକ୍ଷା କର୍ମୀ ଏବଂ ପ୍ରତିହାରୀ ସେବକ ପ୍ରହରା ମଧ୍ୟ ଦେଉଛନ୍ତି ।



from Prameya News7 https://ift.tt/3760Mop
ଆଜିଠୁ ସବୁଦିନ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ, ଆନନ୍ଦବଜାରରେ ମହାପ୍ରସାଦ ଖାଇପାରିବେ ଭକ୍ତ ଆଜିଠୁ ସବୁଦିନ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ, ଆନନ୍ଦବଜାରରେ ମହାପ୍ରସାଦ ଖାଇପାରିବେ ଭକ୍ତ Reviewed by SUBHENDU BARAL on February 11, 2021 Rating: 5

No comments:

Powered by Blogger.