ଜଗତସିଂହପୁର୧୨/୨: ବସ ଧକ୍କାରେ ଜଣେ ମୃତ। ଜଗତସିଂହପୁର ଜିଲ୍ଲା ସଦର ଥାନା ଯୋଗଧାରୀ ଠାରେ ଦୁର୍ଘଟଣା ଘଟିଛି। ମୃତକ ହେଲେ କାକଟପୁର ଥାନା ନଗର ଅଞ୍ଚଳର ଦେବ ବରାଳ। ଦେବେନ୍ଦ୍ର ସକାଳେ ଯୋଗଧାରୀ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ବେଳେ ଏକ ଯାତ୍ରୀବାହୀ ବସ ତାଙ୍କୁ ଧକ୍କା ଦେଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ଷତିପୂରଣ ଦାବିରେ ମୃତକଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ଯୋଗଧାରୀ ଛକ ନିକଟରେ ଜଗତସିଂହପୁର-ମାଛଗାଁ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ମୃତୟନ କରାଯାଇଛି।
from Prameya News7 https://ift.tt/3qcJZYo
ବସ ଧକ୍କାରେ ଚାଲିଗଲା ଜୀବନ, କ୍ଷତିପୂରଣ ଦାବିରେ ରାସ୍ତା ରୋକ୍
Reviewed by SUBHENDU BARAL
on
February 11, 2021
Rating:

No comments: