ଜାକର୍ତ୍ତା: ଇଣ୍ଡୋନେସିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାତ୍ରୀବାହୀ ବିମାନର ଭଗ୍ନାବଶେଷ ଓ ଯାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ନିକଟରୁ ଠାବ କରାଯାଇଛି। ରବିବାର ଦିନ ପାଣିରୁ ଏସବୁକୁ ଠାବ କରାଯାଇଛି।
ଉଡ଼ାଣ ଭରିବାର ମାତ୍ର ଅଳ୍ପ କିଛି ସମୟ ପରେ ବୋଇଂ ପାସେଞ୍ଜର ପ୍ଲେନ୍ଟି କ୍ରାଶ୍ ହୋଇଯାଇଥିଲା। ଏହି ସମୟରେ ବିମାନରେ ୬୨ଜଣ ଯାତ୍ରୀ ଥିଲେ।
ସୂଚନା ଅନୁସାରେ, ଶନିବାର ଅପରାହ୍ଣରେ ଜାକର୍ତ୍ତାର ସୋଏକାର୍ନୋ-ହାଟ୍ଟା ଇଣ୍ଟରନ୍ୟାସ୍ନାଲ୍ ଏୟାରପୋର୍ଟରୁ Sriwijaya Air Boeing 737-500 ବିମାନ ପୋଣ୍ଟିଆନକ୍ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବାର ୪ ମିନିଟ ପରେ କଣ୍ଟ୍ରୋଲ ରୁମ୍ ସହ ବିମାନର ସମ୍ପର୍କ ଛିନ୍ନ ହୋଇଯାଇଥିଲା। ଶେଷ ଥର ପାଇଁ ମଧ୍ୟାହ୍ନ ୨ଟା ୪୦ରେ ବିମାନ ସହ ଯୋଗାଯୋଗ ହୋଇଥିଲା। ନିଖୋଜ ସମୟରେ ଏହା ପ୍ରାୟ ୧୧ ହଜାର ଫୁଟ ଉଚ୍ଚରେ ଥିଲା। ଏହି ସମୟରେ ବିମାନରେ ୧୦ଜଣ ଶିଶୁଙ୍କ ସମେତ ୬୨ଜଣ ଯାତ୍ରୀ ଓ କ୍ରିୟୁ ମେମ୍ବର୍ସ ଥିଲେ। ଏମାନେ ସମସ୍ତେ ଇଣ୍ଡୋନେସିଆର ବୋଲି ଜଣାପଡ଼ିଛି। ପରେ ବିମାନଟି କ୍ରାଶ୍ ହୋଇଯାଇଥିବା ଜଣାପଡ଼ିଥିଲା।
ବିମାନଟି ଏକ ପ୍ରସିଦ୍ଧ ଟୁରିଷ୍ଟ୍ ଆଇଲ୍ୟାଣ୍ଡ୍ ନିକଟ ଜାଭା ସମୁଦ୍ରରେ କ୍ରାଶ୍ ହୋଇଯାଇଥିଲା।
ସୂଚନାଥାଉ କି, ୨୦୧୮ ଅକ୍ଟୋବରରେ ଏକ ଲାୟନ ଏୟାର ବୋଇଂ ୭୩୭ ମ୍ୟାକ୍ସ ଜାଭା ସମୁଦ୍ର ଭିତରେ କ୍ରାଶ୍ ହୋଇଯାଇଥିଲା। ଫଳରେ ୧୮୯ ଲୋକଙ୍କ ଜୀବନ ଚାଲି ଯାଇଥିଲା। ବିମାନଟି ଜାକର୍ତ୍ତାରୁ ଉଡ଼ାଣ ଭରିବାର ୧୨ ମିନିଟ୍ ପରେ କ୍ରାଶ୍ ହୋଇଯାଇଥିଲା।
The post ପାଣି ଭିତରୁ ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଓ ଯାତ୍ରୀଙ୍କ ଅଙ୍ଗ appeared first on OTV Khabar..
from OTV Khabar. https://ift.tt/3q5vBkd
Reviewed by SUBHENDU BARAL
on
January 09, 2021
Rating:
No comments: