ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ପୋଡ଼ିହୋଇ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତରଙ୍କ ମଧ୍ୟରେ ମା’, ପୁଅ, ବିବାହିତା ଝିଅ ଓ ନାତୁଣୀ ଅଛନ୍ତି।
ହରିଓମ ବିହାରରେ ଘରେ ଶୋଇଥିବା ବେଳେ ଆଜି ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ପୋଲିସ୍ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଘର ଭିତରୁ ସେମାନଙ୍କୁ ଗୁରୁତର ଭାବରେ ଉଦ୍ଧାର କରାଯାଇ ରାଉରକେଲା IGHରେ ଭର୍ତ୍ତି କରାଯାଇଛି। ଭୋର ୪ଟା ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।
ଘର ଭିତରୁ ପଟୁ ଲକ୍ ଥିବାବେଳେ କିପରି ଓ କେଉଁ ପରିସ୍ଥିତିରେ ଏହି ଅଭାବନୀୟ ଘଟଣା ଘଟିଲା ତାହାର କାରଣ ଜଣାପଡ଼ି ନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।
The post ପୋଡ଼ିହୋଇ ଗୋଟିଏ ପରିବାରର ୪ ଗୁରୁତର appeared first on OTV Khabar..
from OTV Khabar. https://ift.tt/39k2BP1
ପୋଡ଼ିହୋଇ ଗୋଟିଏ ପରିବାରର ୪ ଗୁରୁତର Rajalaxmi Sahoo
Reviewed by SUBHENDU BARAL
on
January 10, 2021
Rating:
No comments: