ନୂଆଦିଲ୍ଲୀ: ସ୍ଥିର ହେଲା କୋଭିଡ୍ ଭ୍ୟାକ୍ସିନର ମୂଲ୍ୟ। ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନିକା ଦ୍ୱାରା ନିର୍ମିତ କରୋନା ଟିକା କୋଭିଶିଲ୍ଡର ଗୋଟିଏ ଡୋଜ୍ ୨୦୦ ଟଙ୍କାରେ ବିକ୍ରି ହେବ।
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII), ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଭାରତର ଆଷ୍ଟ୍ରାଜେନିକା ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି।
ଏନେଇ ବିଭାଗୀୟ ଅଧିକାରୀ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଟିକାର ମୂଲ୍ୟ ପୂର୍ବରୁ ସ୍ଥିର ହୋଇସାରିଛି। ଏନେଇ ଚୁକ୍ତିରେ କୌଣସି ଅସୁବିଧା ନାହିଁ। କୋଭିଶିଲ୍ଡ ଟିକାର ଦାମ ଡୋଜ୍ ପ୍ରତି ୨୦୦ ଟଙ୍କା ରଖାଯାଇଛି। ଏବଂ ସୋମବାର ସନ୍ଧ୍ୟା ସୁଧା ଏହାର ଆମଦାନୀ ଆରମ୍ଭ ହେବ। ତେବେ ଟିକା କିଣିବା ପାଇଁ ସରକାରଙ୍କ ପକ୍ଷରୁ କିଛି କାଗଜପତ୍ର କାମ ବାକି ରହି ଯାଇଥିଲା। ଯାହା ଆଜି ଶେଷ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ସେରମ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ମଧ୍ୟ ଏ ନେଇ ସୂଚନା ଦିଆଯାଇଛି। କମ୍ପାନୀ ଭାରତ ସରକାରଙ୍କର ସ୍ୱାସ୍ତ୍ୟମନ୍ତ୍ରାଳୟ ଠାରୁ କରୋନା ଟିକା କଣିବାର ଅନୁମତି ପାଇଯାଇଥିବା ଏସ୍ଆଇଆଇ କହିଛି। ପ୍ରଥମ ପର୍ଯ୍ୟାୟରେ ୧୦ ମିଲିୟନ ଟିକା ଆମଦାନୀ ହେବାକୁ ଥିବାବେଳେ ଆସନ୍ତା ସପ୍ତାହରେ ଟିକା ଆମଦାନୀ ବଢ଼ାଯିବ ବୋଲି କମ୍ପାନୀ କହିଛି।
ଟିକାକରଣ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ସବୁ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଜାନୁଆରୀ ୧୬ ତାରିଖରେ ଭାରତର ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏନେଇ ମୋଦି କହିଥିଲେ “ ପ୍ରଥମେ କରୋନା ଯୋଦ୍ଧା ଏବଂ ପରେ ସାମ୍ନାରେ ରହି ଯେଉଁମାନେ କାର୍ଯ୍ୟକରୁଥିଲେ ସେମାନଙ୍କୁ ଟିକା ଦିଆଯିବ।” ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଭାରତ ଅଧିକ ଭ୍ୟାକ୍ସିନ୍ ଆମଦାନୀ କରିବ ବୋଲି ସେ ସୂଚନା ଦେଇଥିଲେ।
ସୂଚନା ଥାଉକି ଜାନୁଆରୀ ୨ ତାରିଖରେ ସେଣ୍ଟ୍ରାଲ୍ ଡ୍ରଗ୍ସ ଆଣ୍ଡ ଷ୍ଟାଣ୍ଡାର୍ଡ କମିଟି (CDSCO) ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭାକ୍ସିନ୍କୁ ଜରୁରୀକାଳୀନ ବ୍ୟବାହାର ପାଇଁ ଅନୁମତି ଦେଇଥିଲା। ଏହି ଅନୁମତିକ୍ରମେ ଦେଶରେ ଏବେ ଟିକାକରଣ କରାଯାଇପାରିବ।
ସାରା ଦେଶରେ କରୋନା ଟିକାର ବିତରଣ କରିବା ପାଇଁ ସିଆଇଆଇ କୋଲ୍ଡ ଚେନ୍ର ବ୍ୟବସ୍ଥା କରିଛି। ଏଥିପାଇଁ ସୋମବାର ୬ଚି ଏୟାରକଣ୍ଡିସନ୍ ଟ୍ରକ ଏସ୍ଆଇଆଇର ପୁଣେ ଅଫିସ୍ରୁ ଅନ୍ୟ ରାଜ୍ୟମାନଙ୍କୁ ସ୍ଥାନାନ୍ତର ହେବ। ରପ୍ତାନୀ ପାଇଁ ପ୍ରତ୍ୟେକ କଣ୍ଟେନରରେ ୨୮୦ରୁ ୩୦୦ ବକ୍ସ ରହିବ, ଆଉ ପ୍ରତ୍ୟେକ ବକ୍ସରେ କୋଭିସିଲ୍ଡର ୧.୨୦ ଲକ୍ଷ ଡୋଜ୍ ରହିବ। ସେରମ ଇନଷ୍ଟିଚ୍ୟୁଟ ଠାରୁ ସରକାର କୋଭିସିଲ୍ଡର ଗୋଟିଏ ଡୋଜ୍କୁ ୨୦୦ ଟଙ୍କାରେ କିଣିବେ। ଜଣେ ବ୍ୟକ୍ତି ଟିକାର ଦୁଇଟି ଡୋଜ୍ ନେବେ। ଏହାର ଅର୍ଥ ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ୪ ଶହ ଟଙ୍କା ଖର୍ଚ୍ଚ କରିବେ।
ସରକାର ପ୍ରଥମ ଦଫାରେ ୩୦୦ ନିୟୁତ ଲୋକଙ୍କ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୬୦୦ ନିୟୁତ ଟିକାର ଡୋଜ୍ ଆବଶ୍ୟକ ପଡ଼ିବ। ସେରମ ଏବେଠାରୁ ହିଁ ୫୦ ମିଲିୟନ ଡୋଜ୍ ଟିକା ପ୍ରସ୍ତୁତ କରି ରଖିଛି।
The post ଡିଲ୍ ଫାଇନାଲ୍: ମାତ୍ର ଏତିକି ଟଙ୍କାରେ ମିଳିବ କରୋନା ଟିକା appeared first on OTV Khabar..
from OTV Khabar. https://ift.tt/39Do4mn
No comments: