କାବୁଲ୍: ଏକ ଏୟାର ଷ୍ଟ୍ରାଇକ୍ରେ ଆଫଗାନସ୍ଥାନରେ ୧୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ମୃତ ଆତଙ୍କୀଙ୍କ ମଧ୍ୟରୁ ୯ଜଣ ପାକିସ୍ତାନ ମୂଳ ଏବଂ ଅନ୍ୟ ୫ ଜଣ ତାଲିବାନ ସଂଗଠନର ବୋଲି ଜଣାଯାଇଛି। ଏହି ଆକ୍ରମଣରେ ୧୮ ଆଫଗାନ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ଗଜନୀର କ୍ଷେତ୍ରୀୟ ପରିଷଦ ମଖ୍ୟ ମହମ୍ମଦ ନାସିରଙ୍କ କହିବା ଅନୁଯାୟୀ, ମୃତ ସମସ୍ତ ଆତଙ୍କୀ ଗୋଟିଏ ପରିବାରର। ଆଫଗାନ ପ୍ରତିରକ୍ଷା ମନ୍ତ୍ରୀଳୟ ମଧ୍ୟ ସ୍ୱୀକାର କରିଛି ଯେ, ଦୁଇ ଦିନ ତଳେ ହୋଇଥିବା ଏୟାର ଷ୍ଟ୍ରାଇକ୍ ଏହି ଆତଙ୍କୀଙ୍କୁ ନିପାତ କରିଛି। ଏହି ଆକ୍ରମଣରେ ମୃତ ୧୮ ସାଧାରଣ ନାଗରିକଙ୍କ ମଧ୍ୟରେ ୮ ଜଣ ଶିଶୁ ଏବଂ ୭ ଜଣ ମହିଳା ଅଛନ୍ତି। ମହମ୍ମଦ ନାସିରଙ୍କ କହିବା ଅନୁଯାୟୀ, ଏହି ଏୟାର ଷ୍ଟ୍ରାଇକ୍ ଖଶାରୋଡ ଜିଲ୍ଲାର ମୁନାଜାରୀ ଗ୍ରାମକୁ ଟାର୍ଗେଟ କରି କରାଯାଇଥିଲା। ଏଥିରେ ନିହତ ଲୋକଙ୍କ ମଧ୍ୟରେ ୮ ଶିଶୁ, ୭ ମହିଳାଙ୍କ ସମେତ ୩ ଜଣ ପୁରୁଷ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନିହତ ବ୍ୟକ୍ତିଙ୍କ ପରିବାର ଲୋକେ ନ୍ୟାୟ ଦାବି କରି ମୃତ ଦେହକୁ ଧରି ରାଜଧାନୀ ଜାରଞ୍ଜରେ ପହଞ୍ଚିଛନ୍ତି। ଅନ୍ୟପକ୍ଷେ ଆଫଗାନ୍ର ଏୟାରଫୋର୍ସ ପକ୍ଷରୁ ଏକ ପ୍ରେସ ବିଜ୍ଞାପ୍ତିରେ କୁହାଯାଇଛି, ଶନିବାର ତାଲିବାନ ଆଡ୍ଡାରେ ଏୟାର ଷ୍ଟ୍ରାଇକ୍ କରାଯାଇଛି ଏବଂ ଏଥିରେ ଅନେକ ଆତଙ୍କୀ ନିପାତ ହୋଇଛନ୍ତି।
ୟୁଏନ୍ ସୂଚନା ଅନୁଯାୟୀ, ଆଫଗାନିସ୍ତାନରେ ୬ ହଜାରରୁ ଅଧିକ ଆତଙ୍କବାଦୀ ପାକିସ୍ତାନ ଅଟନ୍ତି। ଏ ନେଇ ଅତୀତରେ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା, ପାକିସ୍ତାନର ପ୍ରାୟ ୬ହଜାରରୁ ୬, ୫୦୦ ଆତଙ୍କୀ ପଡ଼ୋଶୀ ଆଫଗାନସ୍ଥାନରେ ସକ୍ରିୟ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକ ଆତଙ୍କୀଙ୍କ ସମ୍ପର୍କ ତହରୀକ-ଏ-ତାଲିବାନ ସହ ରହିଛି। ଜାତିସଂଘ ଏମାନଙ୍କୁ ଉଭୟ ପାକିସ୍ତାନ ଏବଂ ଆଫଗାନସ୍ତାନ ପାଇଁ ବିପଦ ବୋଲି ଦର୍ଶାଇଛି।
ଏହି ରିପୋର୍ଟରେ ଆହୁରି କୁହାଯାଇଛି, ଆଫଗାନସ୍ତାନର ୧୨ଟି ପ୍ରାନ୍ତରେ ଅଲକାଏଦା ଆତଙ୍କୀ ଗୁପ୍ତ ଭାବେ ସକ୍ରିୟ ଅଛନ୍ତି। ଅଲକାଏଦା ନେତା ଅଲ-ଜବାହିରୀ ମଧ୍ୟ ଆଫଗାନସ୍ତାନରେ ଲୁଚି ରହିଛନ୍ତି।
The post ଏୟାର ଷ୍ଟ୍ରାଇକ୍ରେ ୧୪ ଆତଙ୍କୀ ନିପାତ appeared first on OTV Khabar..
from OTV Khabar. https://ift.tt/2Lnsy8p
No comments: