ଓଲଟିଲା ଗ୍ୟାସ ଟ୍ୟାଙ୍କର : କୁହୁଡି ପାଇଁ ରାସ୍ତା ଦେଖା ନ ଯିବାରୁ ଭାରସାମ୍ୟ ହରାଇ ଓଲଟିଲା; ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ ଓ ପୋଲିସ ଉପସ୍ଥିତ Kanak News

କନକ ବ୍ୟୁରୋ : ଛତ୍ରପୁରର ୧୬ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଛତ୍ରପୁର ନିକଟସ୍ତ ହୁମୁରି ତାମ୍ପରାଠାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଘନ କୁହୁଡ଼ି ପାଇଁ ଏଭଳି ଘଟିଥିବା କହିଛନ୍ତି ସାମାନ୍ୟ ଆହତ ହୋଇଥିବା ଟ୍ୟାଙ୍କର ଚାଳକ। ତେବେ ଏହି ଦୁର୍ଘଟଣା‌ ପରେ ୧୬ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ବରୁ ଗାଡ଼ି ଚଳାଚଳକୁ ବନ୍ଦ ରଖିଛି ପୁଲିସ। ଛତ୍ରପୁର ସମତେ ଆଖପାଖ ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସରବରାହକୁ ବନ୍ଦ ରଖାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ସମେତ ତହସିଲଦାର, ଅତିରିକ୍ତ ଏସପି, ପରିବହନ ବିଭାଗ ଏବଂ ଅଗ୍ନିଶମ ବାହିନୀ ଉପସ୍ଥିତ ରହିଛନ୍ତି । ଓଲିଟିଥିବା ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ, ଗ୍ୟାସ ଟ୍ୟାଙ୍କର(ନମ୍ବର ଜିଜେ୦୬ଏକ୍ସଏକ୍ସ-୧୫୧୨)ଟି ବିଶାଖାପାଟରାରୁ ଜଟଣୀକୁ ଏଚପି ଗ୍ୟାସ ନେଇ ଫେରୁଥିଲା । ସକାଳ ୫ଟା ୩୦ମିନିଟରେ ଛତ୍ରପୁର ନିକଟସ୍ତ ହୁମୁରି ତାମ୍ପରାଠାରେ ଘନ କୁହୁଡ଼ି ପାଇଁ ରାସ୍ତା ଦେଖାନଯିବାରୁ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା । ଚାଳକଜଣଙ୍କ ଜମସେଦପୁର ବାସିନ୍ଦା ହୋଇଥିବା ବେଳେ ଦୁର୍ଘଟଣା ପରେ ଚାଳକ ସାମନ୍ୟା ଆହତ ହୋଇଥିବା ଜଣାପଡ଼ିଛି । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ୨୦୧୬, ଜାନୁଆରି ୧୮ରେ ୧୬ନମ୍ବର ଜାତୀୟ ରାଜପଥରେ ଥିବା ଛତ୍ରପୁର କଲେଜ ଛକ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ଓଲିଟିବାରୁ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପାଇଁ ୨୪ଘଣ୍ଟା ପର୍ଯ୍ୟନ୍ତ ଛତ୍ରପୁର ସହରକୁ ବନ୍ଦ ରଖାଯିବା ସହ ବିଦ୍ୟୁତ ସରବରାହକୁ ବନ୍ଦ କରାଯାଇଥିଲା ।



from Kanak News https://ift.tt/2N2THhz https://ift.tt/3oFWJ9j
ଓଲଟିଲା ଗ୍ୟାସ ଟ୍ୟାଙ୍କର : କୁହୁଡି ପାଇଁ ରାସ୍ତା ଦେଖା ନ ଯିବାରୁ ଭାରସାମ୍ୟ ହରାଇ ଓଲଟିଲା; ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ ଓ ପୋଲିସ ଉପସ୍ଥିତ Kanak News ଓଲଟିଲା ଗ୍ୟାସ ଟ୍ୟାଙ୍କର : କୁହୁଡି ପାଇଁ ରାସ୍ତା ଦେଖା ନ ଯିବାରୁ ଭାରସାମ୍ୟ ହରାଇ ଓଲଟିଲା; ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ ଓ ପୋଲିସ ଉପସ୍ଥିତ Kanak News Reviewed by SUBHENDU BARAL on January 12, 2021 Rating: 5

No comments:

Powered by Blogger.