କଳା ପଲସର ଆତଙ୍କ : ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍ ଉଦ୍ୟମ, ଅଳ୍ପକେ ବର୍ତ୍ତିଗଲା ସୁନା-ରୂପା ଗହଣା

ରାଇରଙ୍ଗପୁର ୧୩।୧: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ କଳା ପଲସର ଆତଙ୍କ । ସହରରେ ପୁଣି ଲୁଟେରା ଗ୍ୟାଙ୍ଗ୍ ସକ୍ରିୟ ଥିବାବେଳେ ଜନୈକ ସୁନାଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍ ଉଦ୍ୟମ କରିଛନ୍ତି ଲୁଟେରା ।

ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର ସହରରେ ଥିବା ମା’ ଦୁର୍ଗା ଜୁଏଲାରୀ ମାଲିକ ଲିଙ୍ଗରାଜ ମହାପାତ୍ର ରାତି ପ୍ରାୟ ୮ଟା ୫୦ମିନିଟ୍ ସମୟରେ ଦୋକାନ ବନ୍ଦ କରି ଘରକୁ ଯାଉଥିଲେ । ତେବେ ସୁନା-ରୂପା ଥିବା ବ୍ୟାଗଟି ପ୍ରତ୍ୟେକ ଦିନ ପରି ବୁଧବାର ମଧ୍ୟ ବାଇକରେ ଘରକୁ ନେଇ ଯାଉଥିଲେ । ତାଙ୍କ ଦୋକାନ ସମ୍ମୁଖରେ ଜଣେ ଲୁଟେରା ସୁନା-ରୂପା ଥିବା ବ୍ୟାଗଟିକୁ ଲୁଟ୍ କରି ପଳାଇ ଯିବାକୁ ଉଦ୍ୟମ କରୁଥିବାବେଳେ ପାଟିତୁଣ୍ଡ ଶୁଣି ପାଖ ଦୋକାନୀମାନେ ପଳାଇ ଆସିଥିଲେ । ଲୁଟେରା ଜଣକ ଦୌଡି ପଳାଇ ଯାଇ ପୂର୍ବରୁ ପ୍ରସ୍ତୁତ ହୋଇ କଳା ରଙ୍ଗର ପଲସରରେ ବସି ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ ।

ଏ ନେଇ ଗହଣା ବ୍ୟବସାୟୀ ଜଣଙ୍କ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।



from Prameya News7 https://ift.tt/3oH7OXs
କଳା ପଲସର ଆତଙ୍କ : ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍ ଉଦ୍ୟମ, ଅଳ୍ପକେ ବର୍ତ୍ତିଗଲା ସୁନା-ରୂପା ଗହଣା କଳା ପଲସର ଆତଙ୍କ : ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍ ଉଦ୍ୟମ, ଅଳ୍ପକେ ବର୍ତ୍ତିଗଲା ସୁନା-ରୂପା ଗହଣା Reviewed by SUBHENDU BARAL on January 12, 2021 Rating: 5

No comments:

Powered by Blogger.