ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର: ପୁଣି ବଂଚିଉଠିବେ ଆଶାରେ ଶବକୁ ସଂସ୍କାର ନକରି ୧୦ ଦିନ ଘରେ ରଖିଥିଲେ ପରିବାର ଲୋକେ Kanak News

କନକ ବ୍ୟୁରୋ: ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର । ଶବକୁ ସଂସ୍କାର ନକରି ୧୦ ଦିନ ଧରି ଘରେ ରଖିଲେ । କାରଣ କାଳେ ସେ ପୁଣିଥରେ ଜୀବିତ ହୋଇଯିବେ, ବଂଚିଉଠିବେ, ଏଇ ଆଶାରେ ପରିବାର ଲୋକ ୧୦ ଦିନ ଧରି ଶବକୁ ସଂସ୍କାର ନକରି ଘରେ ରଖିଥିଲେ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବରଗଡ଼ ବରଡୋଲ ପଂଚାୟତ ଡାଙ୍ଗ ଛକ ଠାରେ । ଖବର ଅନୁସାରେ ମହେନ୍ଦ୍ର ବାଗ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଲୋକ ତାର ସଂସ୍କାର ନକରି ଶବକୁ ଘରେ ରଖିଥିଲେ । ଶବ ପଚି ଦୁର୍ଗନ୍ଧ ମଧ୍ୟ ବାହାରୁଥିଲା । ଖବର ପାଇ ବରଗଡ଼ର ସ୍ୱେଛାସେବୀ ସଂଗଠନ ସଂକଳ୍ପର ସଦସ୍ୟ ମାନେ ସେଠାରେ ପହଂଚି ଟାଉନ ପୋଲିସ୍ ସହାୟତାରେ ପରିତ୍ୟକ୍ତ ଶବକୁ ଉଦ୍ଧାର କରି ସଂସ୍କାର କରିଥିଲେ ।
ମହେନ୍ଦ୍ର ବାଗ(୬୦), ତାଙ୍କ ସ୍ତ୍ରୀ, ଦୁଇ ଝିଅ ଏବଂ ଶାଶୂଙ୍କ ସହ ରହୁଥିଲେ। ସ୍ଥାନୀୟ ଲୋକଙ୍କ କହିବା ହେଲା, ପ୍ରାୟ ୧୦/୧୨ ଦିନ ଆଗରୁ ମହେନ୍ଦ୍ରଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକେ କୌଣସି ସଂପର୍କୀୟ କିମ୍ବା ପାଖ ପଡ଼ୋଶୀଙ୍କୁ ବି ଜଣାଇନଥିଲେ। ଯଦି କିଏ ମହେନ୍ଦ୍ରଙ୍କ ସଂପର୍କରେ ପଚାରିଲେ, ସେ ସାମାନ୍ୟ ଅସୁସ୍ଥ ଅଛନ୍ତି ବୋଲି କହୁଥିଲେ। ହେଲେ ଭେଟିବାକୁ ଦେଉନଥିଲେ। ଇତିମଧ୍ୟରେ ଘରୁ ଉତ୍କଟ ଗନ୍ଧ ବାହାରିଥିଲା। ଆଖପାଖ ଲୋକଙ୍କ ମନରେ ସନ୍ଦେହ ଜାତ ହେଲା। ବିକାଶ ଅଗ୍ରୱାଲ ନାମକ ସ୍ବେଚ୍ଛାସେବୀ ସେଠାକୁ ଯାଇଥିଲେ। ମହେନ୍ଦ୍ରଙ୍କୁ ଭେଟିବାକୁ କହିଥିଲେ। ହେଲେ ପରିବାରଲୋକେ ତାଙ୍କୁ ବାରଣ କରିଥିଲେ। ଖଟରେ ତିନୋଟି କମ୍ବଳ ଖୋଲିବା ପରେ ଭିତରେ ମହେନ୍ଦ୍ରଙ୍କ ଗଳିତ ଶବ ରହିଥିଲା। ଶବରେ ପୋକ ଲାଗି ସାରିଥିଲେ। ମାଂସ ଝଡ଼ି କଂକାଳ ଦେଖାଯାଉଥିଲା। ମହେନ୍ଦ୍ର ପୁଣି ବଂଚିବେ ବୋଲି ପରିବାର ଲୋକେ କହୁଥିଲେ। ପରେ ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲା। ଶବକୁ ସଂକଳ୍ପ ପରିବାରର କର୍ମକର୍ତା ନେଇ ଦାହ କରିଥିଲେ।
ପୁଲିସ୍ର କହିବା ହେଲା, କିଛି ଦିନ ପୂର୍ବରୁ ମହେନ୍ଦ୍ର କୌଣସି ସ୍ଥାନରେ ପଡ଼ି ଯାଇଥିଲେ। ବୋଧ ହୁଏ, ଶରୀର ଭିତରେ କ୍ଷତ ହୋଇଥିଲା। କିନ୍ତୁ ପରିବାରଲୋକେ ତାଙ୍କ କିଛି ଚିକିତ୍ସା କରାଇନଥିଲେ। ସେମିତି ଖଟରେ ମହେନ୍ଦ୍ର ଶୋଇ ରହିଥିଲେ ଏବଂ ପରେ ତାଙ୍କ ମୃତ୍ୟୁ ଘଟିଥିଲା। ପରିବାରଲୋକେ ଅନ୍ଧବିଶ୍ବାସ ରଖି କାଳେ ମହେନ୍ଦ୍ର ବଂଚିବେ ଭାବି ଶବକୁ ସେମିତି କମ୍ବଳରେ ଘୋଡ଼ାଇ ରଖିଥିଲେ।
from Kanak News https://ift.tt/3q3RPDh https://ift.tt/39gYdjV
No comments: