ବିରଳ ଡଲଫିନକୁ ପିଟି ପିଟି ମାରିଦେବା ଘଟଣା : ୩ଜଣଙ୍କୁ ଗିରଫ କଲା ପୋଲିସ; ଡିସେମ୍ବର ୩୧ ତାରିଖରେ ଘଟିଥିଲା ଘଟଣା Kanak News

କନକ ବ୍ୟୁରୋ : ଏକ ବିରଳ ଡଲଫିନକୁ ପିଟି ପିଟି ମାରିଦେଲେ ଲୋକେ । ଏହି ଅଭାବନୀୟ ଘଟଣା ଘଟିଛି ଉତରପ୍ରଦେଶର ପ୍ରତାପଗଡରେ । ଶୁକ୍ରବାର ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଡିସେମ୍ବର ୩୧ ତାରିଖରେ ଏହି ଘଟଣା ଘଟିଥିଲା । କୋଠାରିଆ ଗାଁ ଅନ୍ତର୍ଗତ ସାରଦା କେନାଲରେ ଏହି ଡଲଫିନ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ବନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ମୃତ ଡଲଫିନ ଟିକୁ ନିଜ ଜିମାକୁ ନେଇଥିଲେ । ପୋଲିସର ସୂଚନା ଅନୁସାରେ ଯେଉଁମାନେ ଏହି ଡଲଫିନଟିକୁ ମାରିଥିଲେ, ଓଜନ ଅଧିକ କାରଣରୁ ସେମାନେ ଏହାକୁ ନେଇପରିନଥିଲେ । ପୋଲିସ ଏହାର ତଦନ୍ତ କରୁଥିଲା । ଶେଷରେ ୩ଜଣଙ୍କୁ ଗିରଫ କରିବାରେ ସଫଳ ହେଲା ପୋଲିସ ।
from Kanak News https://ift.tt/38qK9Vv https://ift.tt/2LgCEHZ
ବିରଳ ଡଲଫିନକୁ ପିଟି ପିଟି ମାରିଦେବା ଘଟଣା : ୩ଜଣଙ୍କୁ ଗିରଫ କଲା ପୋଲିସ; ଡିସେମ୍ବର ୩୧ ତାରିଖରେ ଘଟିଥିଲା ଘଟଣା Kanak News
Reviewed by SUBHENDU BARAL
on
January 08, 2021
Rating:
No comments: