ଭାଙ୍ଗିଲା କୋଲାବ ଜଳଭଣ୍ଡାର ମୁଖ୍ୟ କେନାଲ , ଶହ ଶହ ଏକର ଜମି ଜଳାର୍ଣ୍ଣବ

ଜୟପୁର ୦୯।୦୧: ଭାଙ୍ଗିଲା କୋଲାବ ଜଳଭଣ୍ଡାରର ମୁଖ୍ୟ କେନାଲ । ଜୟପୁର ସହରର ପାରାବେଡା ନିକଟ ଏକତାଗୁଡା ନିକଟରେ କୋଲାବ ଜଳଭଣ୍ଡାରର ମୁଖ୍ୟ କେନାଲ ଭାଙ୍ଗିଯାଇଛି । ଅତି ଦ୍ରୁତ ଗତିରେ ମାଡୁଛି କେନାଲ ପାଣି । ପାଣିର ସ୍ରୋତ ଜମି ପଟକୁ ଥିବାରୁ ଏକତାଗୁଡ଼ା ଗ୍ରାମବାସୀ ରକ୍ଷା ପାଇଯାଇଛନ୍ତି । ତଥାପି ପାଣି ପଶିଯିବା ଭୟରେ ରହିଛନ୍ତି ଗ୍ରାମବାସୀ । ଅପର କୋଲାବ ମୁଖ୍ୟ କେନାଲ ଭାଙ୍ଗି ଦ୍ରୁତ ଗତିରେ ପାଣି ମାଡୁଛି ଯାହାଦ୍ବାରା ଏକର ଏକର ଚାଷ ଜମିରେ ପାଣି ମାଡିଛି । ଖବର ପାଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କୋଲାବା ଜଳଭଣ୍ଡାରର ମୁଖ୍ୟ କେନାଲ ଭାଙ୍ଗିଯିବାର ଖବର ମିଳିଥିଲା । ଯାହାପରେ ଅତି ଦ୍ରୁତ ଗତିରେ ମାଡିଯାଇଥିଲା କେନାଲ ପାଣି । ପାଣିର ସ୍ରୋତ ଜମି ପଟକୁ ଥିବାରୁ ଏକତାଗୁଡ଼ା ଗ୍ରାମବାସୀ ରକ୍ଷା ପାଇଯାଇଛନ୍ତି । ତେବେ ପାଣିର ସ୍ରୋତ କମିଥିବାରୁ ସାମାନ୍ୟ ଆଶ୍ୱସ୍ତିକର ଖବର ମିଳିଛି ।



from Prameya News7 https://ift.tt/2K14Z4E
ଭାଙ୍ଗିଲା କୋଲାବ ଜଳଭଣ୍ଡାର ମୁଖ୍ୟ କେନାଲ , ଶହ ଶହ ଏକର ଜମି ଜଳାର୍ଣ୍ଣବ ଭାଙ୍ଗିଲା କୋଲାବ ଜଳଭଣ୍ଡାର ମୁଖ୍ୟ କେନାଲ , ଶହ ଶହ ଏକର ଜମି ଜଳାର୍ଣ୍ଣବ Reviewed by SUBHENDU BARAL on January 08, 2021 Rating: 5

No comments:

Powered by Blogger.