ଆଜି ଆସିବ କୋଭାକ୍ସିନ୍ ଟିକା : ପ୍ରଥମ ଦଫାରେ ଆସିପାରେ ୨୦ ହଜାର ଡୋଜ୍  Kanak News

କନକ ବ୍ୟୁରୋ : ସିରମ ଇନଷ୍ଟିଚ୍ୟୁଟ୍ ଠାରୁ ଟିକା କିଣିବା ପରେ ଦେଶର ଅନ୍ୟତମ ଟିକା ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ ଠାରୁ ଟିକା କିଣିବେ ଭାରତ ସରକାର । ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକ୍ସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । କୋଭାକ୍ସିନ୍ ହେଉଛି ଭାରତର ସଂପୂର୍ଣ୍ଣ ଦେଶୀ ଟିକା ।
ପ୍ରତି ଡୋଜକୁ ୨୯୫ ଟଙ୍କା ହିସାବରେ ୩୮ ଲକ୍ଷ ୫୦ ହଜାର ଡୋଜ ଟିକା କିଣିବେ କେନ୍ଦ୍ର ସରକାର । ସେପଟେ ଭାରତ ବାୟୋଟେକ୍, ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ ବୋଲି ଘୋଷଣା କରିଛି । ଓଡିଶାକୁ ମଧ୍ୟ ୨୦ ହଜାର କୋଭାକ୍ସିନ୍ ଭାୟାଲ୍ ଟିକା ଆସିବ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଟିକା ଦେବା ପାଇଁ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।


from Kanak News https://ift.tt/2LOGiIY https://ift.tt/2Lvx8RX
ଆଜି ଆସିବ କୋଭାକ୍ସିନ୍ ଟିକା : ପ୍ରଥମ ଦଫାରେ ଆସିପାରେ ୨୦ ହଜାର ଡୋଜ୍  Kanak News ଆଜି ଆସିବ କୋଭାକ୍ସିନ୍ ଟିକା : ପ୍ରଥମ ଦଫାରେ ଆସିପାରେ ୨୦ ହଜାର ଡୋଜ୍  Kanak News Reviewed by SUBHENDU BARAL on January 12, 2021 Rating: 5

No comments:

Powered by Blogger.