ରାଜଧାନୀରେ ଘର କିଣୁଥିଲେ ସାବଧାନ…! ଗୋଟିଏ ଫ୍ଲାଟକୁ ୨ ଜଣଙ୍କୁ ବିକ୍ରି । ଜଣଙ୍କ ଠାରୁ ଟଙ୍କା ଆଣିଲେ, ଆଉ ଜଣଙ୍କୁ ବିକ୍ରି କରିଦେଲେ । ଜାଣନ୍ତୁ ବିଲ୍ଡରଙ୍କ କଳା କାରନାମାର ପୂରା କାହାଣୀ । Kanak News

କନକ ବ୍ୟୁରୋ : ଗୋଟିଏ ଫ୍ଲାଟ୍‌କୁ ବିଲ୍ଡର ଦୁଇ ଜଣଙ୍କୁ ବିକିଛି। ବ୍ୟାଙ୍କ୍ ମଧ୍ୟ ଉକ୍ତ ଫ୍ଲାଟ୍‌ ଉପରେ ୨ ଜଣ କ୍ରେତାଙ୍କୁ ଋଣ ମଞ୍ଜୁର କରିଛି। ବିଲଡରଙ୍କ ଏହି କଳା କାରନାମା ଜଣାପଡ଼ିବା ପରେ ଏବେ ଉକ୍ତ ଫ୍ଲାଟର ଦୁଇ କ୍ରେତା ହରଡ଼ଘଣାରେ। ଜଣେ ଟଙ୍କା ଫେରସ୍ତ ପାଇଁ ଚାହୁଁଥିଲେ ବି ବିଲଡର କର୍ଣ୍ଣପାତ କରୁନାହିଁ। ତେଣୁ କ୍ରେତା ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ସେହିଭଳି ବ୍ୟାଙ୍କ ମଧ୍ୟ ବିଲଡର ବିରୋଧରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଅଭିଯୋଗ କରି ବସିଯାଇଛି। ନା ପୁଲିସ ନା ଇଓଡବ୍ଲ୍ୟୁ କେହି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଫ୍ଲାଟ୍‌ କ୍ରେତା ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଅଭିଯୋଗ ଅନୁସାରେ ଉକ୍ତ ବିଲ୍ଡର ସଂସ୍ଥା ହେଉଛି ଶୁଭାଦିତ୍ୟ ବିଲ୍ଡ ଟେକ୍ ପ୍ରାଇଭେଟ୍ ଲିମିଟେଡ୍। ଏହାର ପ୍ରେପାଇଟର ହେଉଛନ୍ତି ଶୁଭେନ୍ଦୁ ଦାସ। ବରମୁଣ୍ଡା ହାଉସିଂବୋର୍ଡ କଲୋନିରେ ଶୁଭେନ୍ଦୁ କାର୍ଯ୍ୟାଳୟ ଖୋଲିଥିଲେ ଓ ପଳାସୁଣିରେ ତାଙ୍କ ହାଉସିଂ ପ୍ରକଳ୍ପ ଶୁଭାଦିତ୍ୟ ରେସିଡେନସି‌ରେ ଫ୍ଲାଟ୍‌ ବୁକିଂ ପାଇଁ ବିଜ୍ଞାପନ ଦେଇଥିଲେ। ବିଜ୍ଞାପନ ଦେଖି ବ୍ରହ୍ମେଶ୍ବର କଲୋନିରେ ରହୁଥିବା ଜ୍ଞାନରଞ୍ଜନ ପାଣିଗ୍ରାହୀ ଏକ ଫ୍ଲାଟ୍‌ ବୁକିଂ କରିଥିଲେ। ୨୦୧୫ ମସିହାରେ ଶ୍ରୀ ପାଣିଗ୍ରାହୀ ଶୁଭେନ୍ଦୁ ସହ ଚୁକ୍ତି କରିଥିଲେ। ୨୦୧୮ ଶେଷ ସୁଦ୍ଧା ଘର ହସ୍ତାନ୍ତର କରିବାକୁ ଚୁକ୍ତି ହୋଇଥିଲା। ପର୍ୟ୍ୟାୟକ୍ରମେ ଶ୍ରୀ ପାଣିଗ୍ରାହୀ ଶୁଭେନ୍ଦୁଙ୍କୁ ୩୫ ଲକ୍ଷ ୬୪ ହଜାର ଟଙ୍କା ଦେଇଥିଲେ। କିନ୍ତୁ ୨୦୧୮ ମସିହାରରେ ଶୁଭେନ୍ଦୁ ଘର ହସ୍ତାନ୍ତର କରିପାରିନଥିଲେ। ଆଉ କିଛି ସମୟ ଅପେକ୍ଷା କରିବାକୁ କହି ସେ ଦିନ ଗଡ଼ାଇ ଚାଲିଥିଲେ।

ଇତିମଧ୍ୟରେ ଶ୍ରୀ ପାଣିଗ୍ରାହୀ ଜାଣି ପାରିଲେ ଯେ, ତାଙ୍କ ଫ୍ଲାଟଟିକୁ ଶୁଭେନ୍ଦୁ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଛି। ସେ ଇସି ବାହାର କରିବା ପରେ ଜଣାପଡ଼ିଲା ଯେ ୨୦୧୫ ନଭେମ୍ବର ୧୭ରେ ଶ୍ରୀ ପାଣିଗ୍ରାହୀ ଯେଉଁ ଫ୍ଲାଟ୍‌ ପାଇଁ ଚୁକ୍ତି କରି ଟଙ୍କା ଦେଇ ଚାଲିଥିଲେ, ସେହି ଫ୍ଲାଟ୍‌ଟି ୫ ମାସ ତଳୁ ଅର୍ଥାତ୍‌ ୨୦୧୫ ମସିହା ଜୁନ୍‌ ୨୨ରେ ଅନ୍ୟ ଜଣେ ଗ୍ରାହକ କିଣି ସାରିଥିଲେ। ବଡ଼ କଥା ହେଉଛି, ଉଭୟ କ୍ରେତାଙ୍କୁ ଏଚଡିଏଫସି ବ୍ୟାଙ୍କ୍ ଏହି ଗୋଟିଏ ଫ୍ଲାଟ୍‌ ପା‌ଇଁ ଋଣ ପ୍ରଦାନ କରିଥିଲା। କୌଣସି ପ୍ରକାର ଚଞ୍ଚକତା ପରୀକ୍ଷା କରିବା ପାଇଁ ବ୍ୟାଙ୍କରେ ସ୍ବତନ୍ତ୍ର ଅଧିକାରୀ ରହିଛନ୍ତି ଓ ଏଥିପାଇଁ ଗ୍ରାହକ ପ୍ରୋସେସିଂ ଫି’ ପ୍ରଦାନ କରୁଛନ୍ତି। ତେଣୁ ଜୁନ୍‌ ମାସରୁ ବନ୍ଧା ପଡ଼ିଥିବା ଫ୍ଲାଟ୍‌ ଉପରେ ବ୍ୟାଙ୍କ୍‌ କିଭଳି ଅଗଷ୍ଟ ମାସରେ ଆଉ ଥରେ ଋଣ ପ୍ରଦାନ କଲା? ଏଣୁ ବିଲଡରଙ୍କ କାରସାଦିରେ ବ୍ୟାଙ୍କର ସହଯୋଗ ଥିବା ଅଭିଯୋଗ ହୋଇଛି।

ତେବେ ଗତ ବର୍ଷ ଅଗଷ୍ଟ ମାସରେ ଏଚଡିଏଫସି ବ୍ୟାଙ୍କ୍‌ ପକ୍ଷରୁ ତାପସ ରଞ୍ଜନ ପାଢ଼ୀ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇଓଡବ୍ଲୁ ଭୁବନେଶ୍ବର ଡିସିପିଙ୍କୁ ଏକ ପତ୍ର ମଧ୍ୟ ଲେଖିଛି। ତେବେ ଏ ସବୁ ପଦ‌କ୍ଷେପ ଦ୍ବିତୀୟ ଥର ଫ୍ଲାଟ୍‌ କିଣିଥିବା ଶ୍ରୀ ପାଣିଗ୍ରାହୀଙ୍କ ପାଇଁ କିଛି ଲାଭଦାୟକ ହୋଇନାହିଁ। ସେ ଟଙ୍କା ଫେରି ପାଇପାରୁନାହାନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଅଭିଯୁକ୍ତ ଶୁଭେନ୍ଦୁକୁ ସୁହାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଅନୁରୂପ ଢ଼ଙ୍ଗରେ ୨ କୋଟି ୭ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଅଭିଯୁକ୍ତ ଶୁଭେନ୍ଦୁ ଦାସ ପୂର୍ବରୁ ଜେଲ୍‌ ଯାଇଥିଲେ ଓ ଏବେ ସେ ଜାମିନରେ ଫେରିଛନ୍ତି।



from Kanak News https://ift.tt/2Ll7Zto https://ift.tt/3oRhBKA
ରାଜଧାନୀରେ ଘର କିଣୁଥିଲେ ସାବଧାନ…! ଗୋଟିଏ ଫ୍ଲାଟକୁ ୨ ଜଣଙ୍କୁ ବିକ୍ରି । ଜଣଙ୍କ ଠାରୁ ଟଙ୍କା ଆଣିଲେ, ଆଉ ଜଣଙ୍କୁ ବିକ୍ରି କରିଦେଲେ । ଜାଣନ୍ତୁ ବିଲ୍ଡରଙ୍କ କଳା କାରନାମାର ପୂରା କାହାଣୀ । Kanak News ରାଜଧାନୀରେ ଘର କିଣୁଥିଲେ ସାବଧାନ…! ଗୋଟିଏ ଫ୍ଲାଟକୁ ୨ ଜଣଙ୍କୁ ବିକ୍ରି । ଜଣଙ୍କ ଠାରୁ ଟଙ୍କା ଆଣିଲେ, ଆଉ ଜଣଙ୍କୁ ବିକ୍ରି କରିଦେଲେ । ଜାଣନ୍ତୁ ବିଲ୍ଡରଙ୍କ କଳା କାରନାମାର ପୂରା କାହାଣୀ । Kanak News Reviewed by SUBHENDU BARAL on January 12, 2021 Rating: 5

No comments:

Powered by Blogger.