ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦୀ, ଟିକାକରଣ ବାବଦରେ ହେବ ଆଲୋଚନା

ନୂଆଦିଲ୍ଲୀ ୧୧।୦୧: ସାରା ଦେଶରେ କରୋନା ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ପୂର୍ବାଭ୍ୟାସ୍ ବା ଡ୍ରାଏ ରନ ସରିଛି। ବହୁ ପ୍ରତୀକ୍ଷାର ଅନ୍ତ ପରେ ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହାସହ ଟିକାକରଣ ବାବଦରେ ମଧ୍ୟ ସମୀକ୍ଷା କରିବେ ।

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ସୋମବାର ଅପରାହ୍ନ ୪ଟାରେ ଆରମ୍ଭ ହେବ। ଶୁକ୍ରବାରଠୁ ଟିକାକରଣ ପାଇଁ ଜରୁରୀ ପ୍ରକ୍ରିୟାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସମସ୍ତ ରାଜ୍ୟରେ ଡ୍ରାଏ ରନ୍ ସରିଛି ।  ଶୁକ୍ରବାର ଉତ୍ତର ପ୍ରଦେଶ  ଓ ହରିୟାଣାକୁ ବାଦ୍ ଦେଇ ଅନ୍ୟ ସମସ୍ତ ରାଜ୍ୟ ଓ  କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଭାକସିନର ଦ୍ଵିତୀୟ ପର୍ଯ୍ୟାୟ ଡ୍ରାଇ ରନ୍ ଆୟୋଜିତ ହୋଇଛି। ଏହି ଡ୍ରାଏ ରନ ମୋଟ୍ ୭୩୬ ଜିଲ୍ଲାରେ ତିନୋଟି ସେସନରେ ଚାଲିଥିଲା। ୟୁପି ଓ ହରିୟାଣାରେ ପୂର୍ବରୁ ଡ୍ରାଏ ରନ୍ ସରିଯାଇଛି ।

ପ୍ରଥମ  ପର୍ଯ୍ୟାୟ ଟିକାରକଣ ସଂପୂର୍ଣ୍ଣ ମାଗଣା ହେବ। ଆଗାମୀ ପର୍ଯ୍ୟାୟକୁ ନେଇ ସରକାର ସଂପ୍ରତି କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ଵାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧାଙ୍କ ଟିକାକରଣ ହେବ। ଏହା ପରେ ୫୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଲୋକ ଏବଂ ପୂର୍ବରୁ କୌଣସି ଗମ୍ଭୀର ରୋଗରେ ପୀଡିତ ଟିକା ଦିଆଯିବ। ଏହି ଲୋକଙ୍କ ସଂଖ୍ୟା ୨୭ କୋଟି ହେବ ବୋଲି କୁହାଯାଇଛି। ସମସ୍ତ ରାଜ୍ୟ ସରକାର ଏମିତି ଲୋକଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। 



from Prameya News7 https://ift.tt/3qbvpQm
ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦୀ, ଟିକାକରଣ ବାବଦରେ ହେବ ଆଲୋଚନା ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦୀ, ଟିକାକରଣ ବାବଦରେ ହେବ ଆଲୋଚନା Reviewed by SUBHENDU BARAL on January 10, 2021 Rating: 5

No comments:

Powered by Blogger.