ସୋଏବ ମଲିକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ରେସ୍ କରୁଥିବା ବେଳେ ଅଘଟଣ, ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ

ଲାହୋର, ୧୧|୦୧:  ପାକିସ୍ତାନ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୋଏବ ମଲିକ ରବିବାର ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କ କାର୍ ରାସ୍ତା କଡରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସୋଏବଙ୍କ କାର୍ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଖବର ଅନୁସାରେ, ସୋଏବଙ୍କ ସ୍ପୋର୍ଟସ୍ କାର୍ ଦ୍ରୁତ ବେଗରେ ଯାଉଥିଲା । ହଠାତ ଏହା ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ସମୟରେ ସୋଏବ ପାକିସ୍ତାନ ସୁପର ଲିଗର ପ୍ଲେୟାର ଡ୍ରାଫ୍ଟ୍ କାର୍ଯ୍ୟକ୍ରମ ସାରି ଘରକୁ ଯାଉଥିଲେ । ନ୍ୟାସନାଲ ହାଇ ପରଫରମାନ୍ସ ସେଣ୍ଟର ପାଖରେ ଏହି ଦୁର୍ଘଟଣା ହୋଇଛି । ଅନ୍ୟପଟେ ସମ୍ପୂର୍ଣ୍ଣ ଠିକ୍ ଥିବା ଟ୍ୱିଟ୍ ଯୋଗେ ସୋଏବ ସୂଚନା ଦେଇଛନ୍ତି ।

ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ସମା ଟିଭି ଅନୁସାରେ, ସାଏବ ମଲିକ ରେସ୍ କାରଣରୁ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେ ପିଏସଏଲ ଡ୍ରାଫ୍ଟରେ ଭାଗ ନେବାକୁ ଯାଇଥିଲେ । କ୍ରିକେଟର ମହମ୍ମଦ ଅମିର ଓ ବାବର ଆଜାମ ତାଙ୍କ ସ୍ପୋର୍ଟସ୍ କାରକୁ ସେହି ସମୟରେ ପ୍ରଶଂସା କରିଥିଲେ ।

କାର୍ଯ୍ୟକ୍ରମ ପରେ ସୋଏବ ଓ ବହାବ ରିଆଜ ଘରକୁ ଫେରିଥିଲେ । ରାସ୍ତାରେ ଉଭୟଙ୍କ ମଧ୍ୟରେ ରେସିଂ ହୋଇଥିଲା । ରେସ୍ ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି ।



from Prameya News7 https://ift.tt/3oBLJtm
ସୋଏବ ମଲିକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ରେସ୍ କରୁଥିବା ବେଳେ ଅଘଟଣ, ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ ସୋଏବ ମଲିକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ରେସ୍ କରୁଥିବା ବେଳେ ଅଘଟଣ, ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ Reviewed by SUBHENDU BARAL on January 10, 2021 Rating: 5

No comments:

Powered by Blogger.