ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ଗୋଟିଏ ପରିବାର ୪ ଗୁରୁତର

ଝାରସୁଗୁଡ଼ା ୧୧।୦୧: ନିଆଁରେ ପୋଡି ୪ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ନିଆଁରେ ପୋଡ଼ି ହୋଇଥିବା ସମସ୍ତ ଗୁରୁତର ଗୋଟିଏ ପରିବାରର ବୋଲି ଜଣାପଡିଛି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାନଗର ହରିଓମ୍‌ ବିହାରରେ ଘଟିଛି ଘଟଣା ।  

ଖବର ଅନୁଯାୟୀ, ବ୍ରଜରାଜନଗର ହରିଓମ ବିହାରରେ ଗୋଟିଏ ଘରେ ଅଚାନକ ନିଆଁ ଲାଗିଯାଇଥିଲା । ଯାହାଫଳରେ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା , ପରେ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି ।

ଘରେ ଥିବା ଏକ ପଲଙ୍କରେ ବାବୁ ସିଂହ, ତାଙ୍କ ମା, ଭଉଣୀ ଓ ଭାଣିଜୀ ଶୋଇଥିବାବେଳେ ଅଚାନକ ନିଆଁ ଲାଗି ସମସ୍ତେ ଗୁରୁତର ହୋଇଥିଲେ। ନିଆଁର କାରଣ ଜଣା ପଡ଼ିନାହିଁ। ସକାକୁ ଖବରପାଇ ସ୍ଥାନୀୟ ଲୋକେ ପହଂଚି ପାଣି ଓ ବାଲି ଫୋଫାଡ଼ି ନିଆଁ କୁ ଆୟତ୍ତ କରିଥିଲେ।ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Prameya News7 https://ift.tt/2MJINNi
ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ଗୋଟିଏ ପରିବାର ୪ ଗୁରୁତର ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ଗୋଟିଏ ପରିବାର ୪ ଗୁରୁତର Reviewed by SUBHENDU BARAL on January 10, 2021 Rating: 5

No comments:

Powered by Blogger.