୮ଟି ରାଜ୍ୟକୁ ବ୍ୟାପିଲା ବାର୍ଡ-ଫ୍ଲୁ , କାନପୁର ଚିଡ଼ିଆଖାନାର ସବୁ ପକ୍ଷୀଙ୍କୁ ମାରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୦/୦୧: ଘାତକ କରୋନା ଭାଇରସ୍ ମହାମାରି ଭିତରେ ଦେଶରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୮ଟି ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟରେ ସାବଧାନତା ଅବଲମ୍ୱନ କରିବାକୁ କୁହାଯାଇଛି। କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ବାର୍ଡ ଫ୍ଲୁର ଚିହ୍ନଟ ହୋଇଥିବା ପଶୁପାଳନ ଏବଂ ଡାଏରି ଫାର୍ମିଂ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏପିରିକି କିଛି ରାଜ୍ୟର ଚିଡିଆଖାନରୁ କୁକୁଡ଼ା ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀରେ ମଧ୍ୟ କିଛି ପକ୍ଷୀ ମରିଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେଠାରୁ ସାମ୍ପଲ୍ ଟେଷ୍ଟ ପାଇଁ ପଠାଯାଇଛି।

ହିମାଚଳ ପ୍ରଦେଶରେ ରବିବାର ଦିନ ୨୧୫ ବିଦେଶୀ ପକ୍ଷୀ ମରିପଡ଼ିଥିବାର ଦେଖିବାକୁ ମିଳିଛି। ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ମରିଥିବା ୪,୨୩୫ଟି ପକ୍ଷୀ ବାର୍ଡ ଫ୍ଲୁ ରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ମହାରାଷ୍ଟ୍ରର ପରଭଣି ଓ ଲାତୁରରେ ମାମଲା ଚିହ୍ନଟପରେ ୧ କିଲୋମିଟର ଭିତରେ ଥିବା ପକ୍ଷୀଙ୍କୁ ମାରିବାକୁ ପଶୁପାଳନ ଆୟୁକ୍ତ ନିର୍ଦ୍ଦେଶ ଦେଇଥିଲା। ବର୍ତ୍ତମାନ ସେଠାରେ ୧୦ କିମି ପର୍ଯ୍ୟନ୍ତ ସର୍ଭିଲିଆନ୍ସ ଜୋନ୍ ଘୋଷଣା କରାଯାଇଛି।

ସେହିପରି ୟୁପିରେ ମଧ୍ୟ ବାର୍ଡ ଫ୍ଲୁ ଚିହ୍ନଟ ପରେ ରାଜ୍ୟରେ ସତର୍କତା ଅବଲମ୍ୱନ କରାଯାଇଛି। ଚିଡ଼ିଆଖାନାର ପକ୍ଷୀଘରକୁ ଯିବାକୁ ମନା କରାଯାଇଛି। କିଛିଦିନ ତଳେ କାନପୁରର ଚିଡ଼ିଆଖାନାରେ ଦୁଇଟି ଜଙ୍ଗଲୀ ପକ୍ଷୀଙ୍କର ମୃତ୍ୟୁ ହୋଇଥିଲା। ସେମନେ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେଣୁ ରବିବାର ଦିନ ଚିଡ଼ିଆଘରର ସବୁ ପକ୍ଷୀଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ଆଖପାଖ ରାଜ୍ୟରେ ସତର୍କତା ଅବଲମ୍ୱନ କରାଯାଉଛି। କୁକୁଡ଼ା ପାଳନ କରୁଥିବା ଲୋକଙ୍କ ପାଖରେ ଏହି ସମ୍ୱନ୍ଧରେ ସୂଚନା ପହଞ୍ଚା ଯାଉଛି।



from Prameya News7 https://ift.tt/3oxNsA3
୮ଟି ରାଜ୍ୟକୁ ବ୍ୟାପିଲା ବାର୍ଡ-ଫ୍ଲୁ , କାନପୁର ଚିଡ଼ିଆଖାନାର ସବୁ ପକ୍ଷୀଙ୍କୁ ମାରିବାକୁ ନିର୍ଦ୍ଦେଶ ୮ଟି ରାଜ୍ୟକୁ ବ୍ୟାପିଲା ବାର୍ଡ-ଫ୍ଲୁ , କାନପୁର ଚିଡ଼ିଆଖାନାର ସବୁ ପକ୍ଷୀଙ୍କୁ ମାରିବାକୁ ନିର୍ଦ୍ଦେଶ Reviewed by SUBHENDU BARAL on January 10, 2021 Rating: 5

No comments:

Powered by Blogger.