ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନଙ୍କ ଉପରେ ଲାଗିଲା ଜରିମାନା, କରିଛନ୍ତି ଆଇସିସି ନିୟମର ଉଲଙ୍ଘନ

ସିଡନୀ, ୧୧|୦୧: ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ବେଳେ ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ଜାହିର କରିଥିଲେ । ଏପରିକି ଯୁକ୍ତିତର୍କ ମଧ୍ୟ କରିଥିଲେ । ଫଳରେ ତାଙ୍କୁ ମ୍ୟାଚ୍ ଫିଂର ୧୫ ପ୍ରତିଶତ ଜରିମାନା ଲାଗିଛି ।

ଟିମ୍ ପେନ୍ ଆଇସିସି ଆଚାର ସଂହିତାର ଖେଳାଳି ଓ ଖେଳାଳିଙ୍କ ସହଯୋଗୀ ଷ୍ଟାଫଙ୍କ ସହ ଜଡିତ ଅନୁଚ୍ଛେଦ ୨.୮ର ଉଲଙ୍ଘନ କରିଛନ୍ତି ।

ଆଇସିସି ଏକ ବୟାନ ଜାରି କରି କହିଛି ଯେ, ପେନଙ୍କ ଅନୁଶାସନାତ୍ମକ ରେକର୍ଡରେ ଏକ ଡିମେରିଟ୍ ଅଙ୍କ୍ ଯୋଡି ଦିଆଯାଇଛି । ପେନଙ୍କର ଗତ ୨୪ ମାସ ମଧ୍ୟରେ ଏହା ପ୍ରଥମ ଭୁଲ ଅଟେ ।

ଭାରତର ପ୍ରଥମ ଇନିଂସର ୫୬ ତମ ଓଭରରେ ପେନ୍ ଏହି ଭୁଲ କରିଥିଲେ । ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ଚେତେଶ୍ୱର ପୂଜାରାଙ୍କ ବିରୋଧରେ ଡିଆରଏସ ଅପିଲ କରିଥିଲେ । ଏହା ପୂଜାରାଙ୍କୁ ସୁହାଇଥିଲା । ଏହାପରେ ସେ ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏବେ ପେନ୍ ନିଜ ଦୋଷ ସ୍ୱୀକାର କରିଛନ୍ତି । ଏହି ମାମଲାର କୌଣସି ଅପଚାରିକ ଶୁଣାଣି ହେବ ନାହିଁ ।



from Prameya News7 https://ift.tt/3q7cAxR
ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନଙ୍କ ଉପରେ ଲାଗିଲା ଜରିମାନା, କରିଛନ୍ତି ଆଇସିସି ନିୟମର ଉଲଙ୍ଘନ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନଙ୍କ ଉପରେ ଲାଗିଲା ଜରିମାନା, କରିଛନ୍ତି ଆଇସିସି ନିୟମର ଉଲଙ୍ଘନ Reviewed by SUBHENDU BARAL on January 10, 2021 Rating: 5

No comments:

Powered by Blogger.