ସିଡନୀ ଟେଷ୍ଟ୍ : ପନ୍ତଙ୍କ ଅର୍ଦ୍ଧଶତକ, ଲଞ୍ଚ୍ ବ୍ରେକ୍ ସୁଦ୍ଧା ଭାରତ ୨୦୬/୩

ସିଡନୀ, ୧୧|୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟରେ ଭାରତ ବିଜୟ ଲକ୍ଷ୍ୟର ପିଛା କରିବାକୁ ଉଦ୍ୟମ ଜାରି ରଖିଛି । ଲଞ୍ଚ୍ ବ୍ରେକ୍ ସୁଦ୍ଧା ଦଳ ୩ ଓ୍ୱିକେଟ୍ ହରାଇ ୨୦୬ ରନ୍ କରିଛି । କ୍ରିଜରେ ଏବେ ଋଷଭ ପନ୍ତ ଓ ଚେତେଶ୍ୱର ପୂଜାରା ବ୍ୟାଟିଂ କରୁଛନ୍ତି ।

ଦ୍ୱିତୀୟ ଇନିଂସରେ କଙ୍ଗାରୁ ଟିମ୍ ୩୧୨ ରନରେ ପାଳି ଘୋଷଣା କରିଥିଲା । କଙ୍ଗାରୁ ଦଳ ୬ ଓ୍ୱିକେଟ୍ ବିନିମୟରେ ୩୧୨ ରନ୍ କରିବା ସହ ଭାରତଠୁ ୪୦୭ ରନରେ ଆଗୁଆ ରହିଥିଲା । ଅର୍ଥାତ ଭାରତକୁ ବିଜୟ ପାଇଁ ୪୦୭ ରନ୍ ଆବଶ୍ୟକ ରହିଥିଲା । ଅଷ୍ଟ୍ରେଲିଆର ଏହି ବିଶାଳ ସ୍କୋରକୁ ପିଛା କରିବା ପାଇଁ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ଓପ୍‌ନର ଶୁଭମନ ଗିଲ୍‌ ଓ ରୋହିତ ଶର୍ମା । ଉଭୟ ଭଲ ଆରମ୍ଭ କରିଥିଲେ ମଧ୍ୟ ବେଶୀ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିବା ସକ୍ଷମ ହୋଇପାରିନଥିଲେ । ରୋହିତ ଶର୍ମା ୫୨ ରନ୍‌ ଓ ଶୁଭମନ ଗିଲ୍‌ ୩୧ରନ୍‌ କରି ପାଭିଲିୟନ ଫେରିଯାଇଥିଲେ ।

ମ୍ୟାଚର ପଞ୍ଚମ ଦିନରେ ଭାରତ ଆଜିଙ୍କ୍ୟ ରାହାଣେଙ୍କ ଓ୍ୱିକେଟ୍ ହରାଇଥିଲା । ସେ ୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ତେବେ ପନ୍ତ ଓ ପୂଜାରା ବ୍ୟାଟିଂର ମଙ୍ଗ ସମ୍ଭାଳୁଛନ୍ତି । ଲଞ୍ଚ୍ ବ୍ରେକ୍ ସୁଦ୍ଧା ପୂଜାରା ୪୧ ଓ ପନ୍ତ ୭୩ ରନରେ ବ୍ୟାଟିଂ କରୁଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହେଜେଲହୁଡ଼, ପ୍ୟାଟ୍ କମିନ୍‌ସ ଓ ନାଥନ ଲାୟନ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି ।



from Prameya News7 https://ift.tt/3q0cl7Q
ସିଡନୀ ଟେଷ୍ଟ୍ : ପନ୍ତଙ୍କ ଅର୍ଦ୍ଧଶତକ, ଲଞ୍ଚ୍ ବ୍ରେକ୍ ସୁଦ୍ଧା ଭାରତ ୨୦୬/୩ ସିଡନୀ ଟେଷ୍ଟ୍ : ପନ୍ତଙ୍କ ଅର୍ଦ୍ଧଶତକ, ଲଞ୍ଚ୍ ବ୍ରେକ୍ ସୁଦ୍ଧା ଭାରତ ୨୦୬/୩ Reviewed by SUBHENDU BARAL on January 10, 2021 Rating: 5

No comments:

Powered by Blogger.