କୁହୁଡି ହେଲା କାଳ, ଟ୍ରକ ପଛପଟୁ ପିଟିଲା ଟାଟା ମ୍ୟାଜିକ୍‌

ନିଶ୍ଚିନ୍ତକୋଇଲି ୦୯।୦୧ : ଟ୍ରକ ପଛପଟୁ ପିଟିଲା ଟାଟା ମ୍ୟାଜିକ୍‌ ଗାଡି । ଛିଡା ହୋଇଥିବା ଟ୍ରକକୁ ପିଟିଲା ଟାଟା ମ୍ୟାଜିକ୍‌ ଗାଡି । ଦୁର୍ଘଟଣା ଫଳରେ ଟାଟା ମ୍ୟାଜିକ୍‌ ଗାଡିରେ ବସିଥିବା ଅଭୟ ସାହୁ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ-ଚାନ୍ଦବାଲି ରାସ୍ତାର ବାହାବଳପୁର ଛକ ନିକଟରେ ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, କଟକ-ଚାନ୍ଦବାଲି ରାସ୍ତାର ବାହାବଳପୁର ଛକ ନିକଟରେ ଏକ ଟ୍ରକ ଛିଡା ହୋଇଥିଲା । ଏହି ସମୟରେ ଛିଡା ହୋଇଥିବା ଟ୍ରକ୍‌କୁ ପଛପଟୁ ଆସି ଧକ୍କା ଦେଇଥିଲା ଟାଟା ମ୍ୟାଜିକ୍‌ । ଯାହାଫଳରେ ଟାଟା ମ୍ୟାଜିକ୍‌ ଗାଡିରେ ବସିଥିବା ଅଭୟ ସାହୁ ଗୁରୁତର ହୋଇଥିଲେ । ଅଭୟଙ୍କୁ ଉଦ୍ଧାର କରିବା ଲାଗି ଗାଡ଼ିର କାଚ ଭଙ୍ଗାଯାଇଥିଲା , ଏବଂ ଗୁରୁତରଙ୍କୁ ଉଦ୍ଧାର କରି କଟକ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି ସ୍ଥାନୀୟଲୋକେ । ଅତ୍ୟଧିକ କୁହୁଡି ଲାଗି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସର ତଦନ୍ତ ଆରମ୍ଭ କରିଛି ।



from Prameya News7 https://ift.tt/35qh0bf
କୁହୁଡି ହେଲା କାଳ, ଟ୍ରକ ପଛପଟୁ ପିଟିଲା ଟାଟା ମ୍ୟାଜିକ୍‌ କୁହୁଡି ହେଲା କାଳ, ଟ୍ରକ ପଛପଟୁ ପିଟିଲା ଟାଟା ମ୍ୟାଜିକ୍‌ Reviewed by SUBHENDU BARAL on January 08, 2021 Rating: 5

No comments:

Powered by Blogger.