ନୂଆଦିଲ୍ଲୀ: ଉଦ୍ଘାଟନ ହେବା ପରେ ପ୍ରଥମ ଥର ପାଇଁ ଅଟଳ ଟନେଲ ଦେଇ ଯାତ୍ରା କରିଛି ଭାରତୀୟ ସେନାର ଯାନବାହାନ। ହିମାଚଳ ପ୍ରଦେଶର ମନାଲିରେ ଥିବା ଏହି ଟନେଲ ଦେଇ ସେନାର ଗାଡ଼ି ପ୍ରଥମ ଥର ପାଇଁ ଯାତ୍ରା କରିଥିବା ଭାରତୀୟ ସେନା ସୂଚନା ଦେଇଛି।
ଅଟଳ ଟନେଲ ଯୋଗୁ ମନାଲିରୁ ଲେହ ଯିବା ଆସିବାରେ ୫ ଘଣ୍ଟା ସମୟ ବଞ୍ଚୁଥିବା ବେଳେ ୪୬ କିଲୋମିଟର ବ୍ୟବଧାନ କମିଯାଇଛି। ଗତ ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟନେଲର ଉଦ୍ଘାଟନ କରିଥିଲେ। ଏହି ଟନେଲର ଲମ୍ବ ୯.୨ କିଲୋମିଟର ଏହା ସମୁଦ୍ରପତ୍ତନଠାରୁ ୧୦ହଜାର ଫିଟ୍ ଉପରେ ରହିଛି।
ହିମାଳୟର ପିର ପଞ୍ଜାଲ ପର୍ବତ ଶୃଙ୍ଖଳା ମଝିରେ ନିର୍ମିତ ହୋଇଥିବା ଏହି ଟଲେନ୍ରେ ଅନେକ ଅତ୍ୟାଧୁନି ସୁବିଧା ରହିଛି। ୫.୫୨୫ ମିଟର ଉଚ୍ଚତା ବିଶିଷ୍ଟ ଏହି ସୁଡଙ୍ଗରେ ୮ ମିଟର ଚଉଡା ସଡକ ରହିଛି।
ଏହି ଟନେଲ ନିର୍ମାଣ ପାଇଁ ୩, ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦେଶର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଏହି ଟନେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଟନେଲ ଦେଇ ଦୈନିକ ୧୫ ଶହ ଟ୍ରକ ଏବଂ ତିନି ହଜାର କାର ଯାତାୟାତ କରିପାରବ। ଏହି ଭିତରେ ଯାନବାହନର ଗତି ଘଣ୍ଟା ପ୍ରତି ୮୦ କିମି ରହିବ ବୋଲି ଅଧିକାରୀ ସୂତ୍ରରୁ ଜଣାଯାଇଛି।
The post ଅଟଳ ଟନେଲ ଦେଇ ଗଲା ଭାରତୀୟ ସେନାର ଯାନବାହାନ appeared first on OTV Khabar..
from OTV Khabar. https://ift.tt/3nvsvFC
No comments: