ୟୁପିରେ ପୁଣି ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ୩ ଗିରଫ Minati Mishra

ନୋଏଡା: ଉତ୍ତରପ୍ରଦେଶରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଯେମିତି କମିବାର ନାଁ ନେଉନି। ନିକଟରେ ହାଥରସ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ନିଆଁ ଜଳୁଥିବାବେଳେ ପୁଣି ସେହିପରି ଏକ ଘଟଣାର ପୁନରାବୃତ୍ତି ଘଟିଛି। ଉତ୍ତର ପ୍ରଦେଶ ଗ୍ରେଟର ନଏଡାରରେ ୧୩ ବର୍ଷର ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ତିନି ଜଣ ଯବକ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ କୁହାଯାଇଛି।

ଗୌତମ ବୁଦ୍ଧ ନଗର ପୋଲିସ କହିବା ଅନୁଯାୟୀ, ଘଟଣା ମଙ୍ଗଳବାର ଘଟିଛି। ତେବେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ଓ ଘଟଣାର ଅଧିକ ତଦନ୍ତ ଚାଲିଥିବା  ଅଧିକାରୀ ସୂତ୍ରରୁ ଖବର ମିଳିଛି।

ପୋଲିସ କହିବା ଅନୁଯାୟୀ, ପୀଡିତା ଏବଂ ୩ ଅଭିଯୁକ୍ତ ଗୋଟିଏ ଇଲାକାରେ ରୁହନ୍ତି ଏବଂ ପରସ୍ପରକୁ ଜାଣନ୍ତି।  ମଙ୍ଗଳବାର ଘଟଣା ଘଟିଥିଲେ ହେଁ ନାବାଳିକାଙ୍କ ମା’ ଗୁରୁବାର ପୋଲିସରେ ଖବର ଦେଇଥିଲେ। ଏହା ପରେ FIR ଦାଏର ହୋଇଛି।

ଅନ୍ୟପକ୍ଷେ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚାଲିଛି

 

The post ୟୁପିରେ ପୁଣି ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ୩ ଗିରଫ appeared first on OTV Khabar..



from OTV Khabar. https://ift.tt/3dcEq6B
ୟୁପିରେ ପୁଣି ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ୩ ଗିରଫ Minati Mishra ୟୁପିରେ ପୁଣି ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ୩ ଗିରଫ Minati Mishra Reviewed by SUBHENDU BARAL on October 08, 2020 Rating: 5

No comments:

Powered by Blogger.