ହାଥରସ ମାମଲା: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦାବିରେ ସିପିଆଇଏମ୍‌ ପକ୍ଷରୁ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ନୀଳଗିରି ୦୬।୧୦: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବା ଦାବିରେ ଶୋଭାଯାତ୍ରା । ନୀଳଗିରି ସିପିଆଇଏମ ତରଫରୁ ଉତ୍ତରପ୍ରଦେଶ ହାତରସରେ ହୋଇଥିବା ଜଣେ ଦଳିତ ଝିଅକୁ ନ୍ୟାୟ ଦାବିରେ ଶୋଭାଯାତ୍ରା ।  

ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦାବିରେ କ୍ୟାଣ୍ଡେଲ ରାଲି କରାଯାଇଛି। କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶରେ ଜଣେ ଦଳିତ ଝିଅଙ୍କୁ ଦୁଷ୍କର୍ମ କରିବା ସହ ଅତି ଅମାନୁଷିକ ଭାବେ ତାଙ୍କର ଜିଭକୁ କାଟି ନେଇଥିଲେ। ପରେ ପିଡିତା ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ପୋଲିସ ତରବରିଆ ଭାବେ ଶବକୁ ପୋଡ଼ିଦେବା ଘଟଣା , ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକା ଙ୍କୁ ନିନ୍ଦିତ ହେବାକୁ ପଡିଥିଲା।

ବର୍ତ୍ତମାନ ବି ଏହି ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଦେଖିବାକୁ ମିଳିଛି । ତେବେ ଏଭଳି ଘଟଣାକୁ ନୀଳଗିରି ସିପିଆଇଏମ ଦଳ ଦୃଢ ନିନ୍ଦା କରିବା ସହ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛି । ପିଡିତାଙ୍କ ଅମର ଆତ୍ମାର ସତଗତି ପାଇଁ କଚେରୀ ବଜାରରେ ନିରବ ପ୍ରାର୍ଥନା କରାଯାଇଥିଲା। ସେହିପରି ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇସ୍ତଫା ମଧ୍ୟ ଦାବି କରିଛନ୍ତି ।



from Prameya News7 https://ift.tt/2GGCw1V
ହାଥରସ ମାମଲା: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦାବିରେ ସିପିଆଇଏମ୍‌ ପକ୍ଷରୁ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା ହାଥରସ ମାମଲା: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦାବିରେ ସିପିଆଇଏମ୍‌ ପକ୍ଷରୁ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା Reviewed by SUBHENDU BARAL on October 06, 2020 Rating: 5

No comments:

Powered by Blogger.