ହାପୁର୨୦/୧୦: ହାପୁରରେ ଉପର ଜିଲ୍ଲା ଜଜ୍ ବୀନା ନାରାୟଣଙ୍କ ଅଦାଲତ ଜଣେ ୬ବର୍ଷ ବୟସ୍କ ନିରୀହ ଶିଶୁ ସହ ଦୁଷ୍କର୍ମ ଅଭିଯୁକ୍ତ ଦଲପତଙ୍କୁ ମୃତ୍ୟୁ ଯାଏଁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ମାତ୍ର ୨ମାସର ଟ୍ରାୟଲ୍ ପରେ ସୋମବାର ଏହି ବୀଭତ୍ସ ଦୁଷ୍କର୍ମରେ କୋର୍ଟ କଠୋର ଦଣ୍ଡ ଶୁଣାଇଛନ୍ତି। ବିଚାରପତି ବୀନା ନାରାୟଣ ଦୁଷ୍କର୍ମ ପରେ ହତ୍ୟାର ଏକ ମାମଲାରେ ୨୦୨୦ ଅକ୍ଟୋବର ୧୫ତାରିଖରେ ୨ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ।
ନିରୀହ ଶିଶୁ ସହ ୨୦୨୦ ଅଗଷ୍ଟ ୬ତାରିଖ ସନ୍ଧ୍ୟାରେ ଜନପଦ ହାପୁର ଗଢ଼ ଥାନା ଅଞ୍ଚଳରେ ଦୁଷ୍କର୍ମ ହୋଇଥିଲା। ଏହି ସାଇକୋ ଧରଣର ଅଭିଯୁକ୍ତ ଦଲପତକୁ ଅନେକ ପରିଶ୍ରମ ପରେ ଏସପି ସଞ୍ଜୀବ ସୁମନ ଗିରଫ କରିଥିଲେ। ପାଖାପାଖି ୧୦ଦିନ ଯାଏଁ ଏହି ଅଭିଯୁକ୍ତ ବେଶ ନାଟକୀୟ ଢଙ୍ଗରେ ପୋଲିସକୁ ହଇରାଣ କରିଥିଲା ଏବଂ ଶେଷରେ ପୋଲିସ ତାକୁ ଧରିବାରେ ସଫଳ ହୋଇଥିଲା।
ଏହି ମାମଲା ହାପୁର ଉପର ଜିଲ୍ଲା ଜଜ୍ ଏବଂ ବିଚାରପତି ବୀନା ନାରାୟଣଙ୍କ କୋର୍ଟରେ ଚାଲିଥିଲା। କୋର୍ଟ ଜଣେ ନିରୀହ ୬ବର୍ଷର ଶିଶୁର ଦୁଷ୍କର୍ମ ମାମଲାରେ ସୋମବାର ଏତିହାସିକ ନିଷ୍ପତ୍ତି ଶୁଣାଇଥିଲା। ଏଥିରେ ଅଭିଯୁକ୍ତର ମୃତ୍ୟୁ ହେବା ଯାଏଁ ଆଜୀବନ ଜେଲଦଣ୍ଡ ଶୁଣାଯାଇଥିଲା।
ନିରୀହ ଶିଶୁ ସହ ୨୦୨୦ ଅଗଷ୍ଟ ୬ତାରିଖ ସନ୍ଧ୍ୟାରେ ଜନପଦ ହାପୁର ଗଢ଼ ଥାନା ଅଞ୍ଚଳରେ ଦୁଷ୍କର୍ମ ହୋଇଥିଲା। ଏହି ସାଇକୋ ଧରଣର ଅଭିଯୁକ୍ତ ଦଲପତକୁ ଅନେକ ପରିଶ୍ରମ ପରେ ଏସପି ସଞ୍ଜୀବ ସୁମନ ଗିରଫ କରିଥିଲେ। ପାଖାପାଖି ୧୦ଦିନ ଯାଏଁ ଏହି ଅଭିଯୁକ୍ତ ବେଶ ନାଟକୀୟ ଢଙ୍ଗରେ ପୋଲିସକୁ ହଇରାଣ କରିଥିଲା ଏବଂ ଶେଷରେ ପୋଲିସ ତାକୁ ଧରିବାରେ ସଫଳ ହୋଇଥିଲା।
ହାପୁର ଥାନା ଗଡ଼ ଅଞ୍ଚଳରେ ୨୦୨୦ ଅଗଷ୍ଟ ୬ତାରିଖରେ ଶିଶୁଟି ନିଜ ଘର ବାହାରେ ଖେଳୁଥିଲା। ଅଭିଯୁକ୍ତ ଦଲପତ ଶିଶୁକୁ ବାଇକରେ ବସାଇ ଅପହରଣ କରି ନେଇ ଯାଇଥିଲା ଏବଂ ରାତି ସାରା ଗୋଟିଏ କ୍ଷେତରେ ତା ସହ ଦୁଷ୍କର୍ମ କରିଥିଲା। ପୋଲିସ୍ ଏବଂ ପରିବାର ଲୋକେ ରାତି ସାରା ଶିଶୁକୁ ଖୋଜିଥିଲେ। ସକାଳେ ଶିଶୁଟି କ୍ଷେତରେ ସଂଜ୍ଞାହୀନ ହୋଇ ପଡ଼ିଥିଲା। ଶିଶୁଟି ସହ ନୃଶଂସଭାବେ ଯୌନ ଶୋଷଣ କରାଯାଇଥିଲା। ଏହି ମାମଲାରେ କୋର୍ଟ ମୃତ୍ୟୁ ହେବା ଯାଏଁ ଆଜୀବନ ଜେଲଦଣ୍ଡ ଶୁଣାଇଥିଲା।
ଅଗଷ୍ଟରେ ଦୁଷ୍କର୍ମ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଅଭିଯୁକ୍ତ ଦଲପତ ଆଇନକୁ ଚକମା ଦେବା ପାଇଁ ନିଜ ସୁଇସାଇଡ ନୋଟ୍ ଏବଂ ଲୁଗା ଗଙ୍ଗା ନଦୀ କୂଳରେ ଛାଡ଼ି ଦେଇଥିଲା ଯେଉଁଥିରେ ସେ ଲେଖିଥିଲା ଯେ ସେ ପୋଲିସ୍ କବଳରୁ ବଞ୍ଚିବା ପାଇଁ ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରୁଛି। କିନ୍ତୁ ଏସପି ସଞ୍ଜୀବ ଅଭିଯୁକ୍ତର ସୁଇସାଇଡ ନୋଟରେ ବିଶ୍ବାସ ନକରି ସର୍ଚ୍ଚ ଅଭିଯାନ ଜାରି ରଖିଥିଲେ ଏବଂ ଅଭିଯୁକ୍ତ ଦଲପତ ଉପରେ ୨.୫ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ କରିଥିଲେ। ଏହା ପରେ ଅଗଷ୍ଟ ୧୫ତାରିଖରେ ପୋଲିସ୍ ଅଭିଯୁକ୍ତ ଦଲପତକୁ ଗିରଫ କରିଥିଲା।
ଏବେ ଏହି ମାମଲାରେ ପାଖାପାଖି ୫୦ଦିନର ଶୁଣାଣି ପରେ ଦୋଷୀ ଦଲପତକୁ ମୃତ୍ୟୁ ଯାଏଁ ଜେଲ୍ ଦଣ୍ଡ ଶୁଣାଯାଇଛି।
from Prameya News7 https://ift.tt/3ji1uCm
No comments: