ଗଜପତି ୨୦।୧୦: ଭିଜିଲାନ୍ସ ପଞ୍ଝାରେ କୋଟିପତି ଅଧ୍ୟାପକ । ଅଧ୍ୟାପକ ଜି.ନଗେଶ୍ୱର ଆୟବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ କୋଟି ୮୩ ଲକ୍ଷ ୩୬ ହଜାର ୮୦୩ ଟଙ୍କାର ସମ୍ପତ୍ତି ଥିବା ଜଣାପଡିଛି । ଭିଜିଲାନ୍ସ ବିଭାଗର ଆକଳନ ଅନୁସାରେ ନାଗେଶ୍ୱର ରହୁଥିବା ୨ ମହଲା କୋଠା ଘରର ମୁଲ୍ୟ ୧ କୋଟି ୫୨ ଲକ୍ଷ ୮୫ ହଜାର ଟଙ୍କା ହେବ।
ବେତଗୁଡା ଠାରେ ରଜିଥିବା ମାର୍କେଟ କମ୍ପ୍ଲେକ୍ସ ର ମୁଲ୍ୟ ୩୦ ଲକ୍ଷ ୯୦ ହଜାର ୩୬୪ ଟଙ୍କା, ୫୦ ଟି ପ୍ଲଟ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରହିଛି । ଯାହାର ମୂଲ୍ୟ ୨୩ ଲକ୍ଷ ୧୧ ହଜାର ୩୬୮ ଟଙ୍କା ହେବ । ସେହିପରି ବିଭିନ୍ନ ବ୍ୟାଙ୍କରେ ଜମା ରଖାଯାଇଛି ପ୍ରାୟ ୧୫ ଲକ୍ଷ ୩୯ ହଜାର ଟଙ୍କା । ସେହିପରି ସୁନା ଓ ରୁପା ଗହଣାର ମୁଲ୍ୟ ୯ ଲକ୍ଷ ୪୭ ହଜାର ଟଙ୍କା ହେବ ।
ଗୋଟେ ମାରୁତି କାର ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା , ନିଜ ଘର କରଣ ଜିନିଷର ମୁଲ୍ୟ ୬୮ ଲକ୍ଷ ୩ ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ଟିମ୍ ସୂଚନା ଦେଇଛନ୍ତି । ତାଙ୍କର ଆହୁରି ଅଧିକ ସମ୍ପତ୍ତି ରହିଥିବା ଭିଜିଲାନ୍ସ ବିଭାଗ ସନ୍ଦେହ କରି ଅଧିକ ଖୋଳତାଡ ଜାରି ରଖିଛି ।
from Prameya News7 https://ift.tt/3j7Jwm4
No comments: