ଟ୍ୱିଟ୍‌ କରି ଅନୁଭବ କହିଲେ, ‘କାହା ଉପରେ ବିଶ୍ୱାସ କରିବି ? ନିଜ ବାପା ମା’ଙ୍କୁ ନା… Rajalaxmi Sahoo

କଟକ: ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଘଟଣାକୁ ନେଇ ଗତକାଲି ପ୍ରୋଟେକ୍‌ସନ୍‌‌ ଅଫ ହ୍ୟୁମାନ୍‌ ରାଇଟ୍ସ କମିଶନ ସଦସ୍ୟା ଅନୁଭବଙ୍କ ଘରେ ପହଞ୍ଚି ବିବାଦର ସମାଧାନ କରିବା ଲାଗି ଉଭୟେ ପତି, ପତ୍ନୀଙ୍କ ସହ ଆଲୋଚନା କରିଥିଲେ।

ବର୍ଷା ଓ ଅନୁଭବଙ୍କ ସହିତ ଆଲୋଚନା ପରେ ସକରାତ୍ମକ ଉତ୍ତର ମିଳିଥିବା ମହିଳା ସଦସ୍ୟ ଟିମ୍ କହିଥିଲେ। ତେବେ କମିଶନ ସଦସ୍ୟାଙ୍କ ସହ ଆଲୋଚନା ପରେ ଅନୁଭବ ଏକ ଟ୍ୱିଟ୍‌ କରିଛନ୍ତି।

ଟ୍ୱିଟ୍‌ କରି ଅନୁଭବ କହିଛନ୍ତି, ହ୍ୟୁମାନ୍‌ ରାଇଟ୍ସ କମିଶନଙ୍କ ଉପରେ ବିଶ୍ୱାସ କରିବି ନା ସମ୍ମାନସ୍ପଦ ନିଜ ବାପା ମା’ଙ୍କୁ ? ମୁଁ ଏହାର ସଠିକ୍ ଉତ୍ତର ଜାଣେ, ତଥାପି ମୋତେ ଆପଣଙ୍କ ସହଯୋଗ ଲୋଡ଼ା।

ସୂଚନାଥାଉ କି, ଗତକାଲି ବର୍ଷାଙ୍କ ସହ ଆଲୋଚନା ପରେ ଏହି ବିବାଦର ସମାଧାନ ଆଶା ଥିବା ମହିଳା ସଦସ୍ୟା ଟିମ୍ କହିଛନ୍ତି। ଫଳରେ ଅନୁଭବ ଓ ବର୍ଷାଙ୍କ ବିବାଦରେ ଖୁବଶୀଘ୍ର ପୂର୍ଣ୍ଣଛେଦ ପଡ଼ିପାରେ ବୋଲି ଆଶା ରଖିଛି ମହିଳା ସଦସ୍ୟା ଟିମ୍।

The post ଟ୍ୱିଟ୍‌ କରି ଅନୁଭବ କହିଲେ, ‘କାହା ଉପରେ ବିଶ୍ୱାସ କରିବି ? ନିଜ ବାପା ମା’ଙ୍କୁ ନା… appeared first on OTV Khabar..



from OTV Khabar. https://ift.tt/2FhDlOo
ଟ୍ୱିଟ୍‌ କରି ଅନୁଭବ କହିଲେ, ‘କାହା ଉପରେ ବିଶ୍ୱାସ କରିବି ? ନିଜ ବାପା ମା’ଙ୍କୁ ନା… Rajalaxmi Sahoo ଟ୍ୱିଟ୍‌ କରି ଅନୁଭବ କହିଲେ, ‘କାହା ଉପରେ ବିଶ୍ୱାସ କରିବି ? ନିଜ ବାପା ମା’ଙ୍କୁ ନା… Rajalaxmi Sahoo Reviewed by SUBHENDU BARAL on September 10, 2020 Rating: 5

No comments:

Powered by Blogger.