ନୂଆଦିଲ୍ଲୀ: ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବାର ୨ ସପ୍ତାହ ପରେ ପୁଣି ଥରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପୁଣିଥରେ ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ତେବେ ଅମିତ ଶାହ ହସ୍ପିଟାଲ୍ରେ ଭର୍ତ୍ତି ହେବାନେଇ ଏପର୍ଯ୍ୟନ୍ତ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
ମିଳିଥିବା ସୂଚନା ଅନୁସାରେ, ଶନିବାର ରାତି ୧୧ଟାରେ ଅମିତ ଶାହଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏମ୍ସ ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଅଗଷ୍ଟ ୨ରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଅମିତ ଶାହ। ଚିକିତ୍ସା ପରେ ଅଗଷ୍ଟ ୧୪ରେ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଥିଲେ। ତେବେ ଅଗଷ୍ଟ ୧୮ରେ ଅସୁସ୍ଥତା ଅନୁଭବ କରିବାରୁ ପୁଣିଥରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।
The post ପୁଣି ଥରେ ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଅମିତ ଶାହ appeared first on OTV Khabar..
from OTV Khabar. https://ift.tt/3kfvrnI
No comments: