ଆଜି ରାଜ୍ୟର ୭ଟି ସହରରେ ‘ନିଟ୍‌’ ପରୀକ୍ଷା: ଦେଶରେ ୧୫ ଲକ୍ଷ, ଓଡ଼ିଶାରେ ୩୭ ହଜାର ପରୀକ୍ଷାର୍ଥୀ; କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁଯାୟୀ ହେବ ପରୀକ୍ଷା Kanak News

କନକ ବ୍ୟୁରୋ: ଆଜି ଅନୁଷ୍ଠିତ ହେଉଛି ନିଟ୍ ପରୀକ୍ଷା । ଦୂର ଦୂରାନ୍ତରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଆଣିବା ପାଇଁ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରିଛନ୍ତି ସରକାର । ଏହି ଟ୍ରେନ୍ ଜରିଆରେ ପରୀକ୍ଷାର୍ଥୀ ନିଟ୍ ପରୀକ୍ଷା କେନ୍ଦ୍ର ପଡିଥିବା ସହରକୁ ରେଳ ଯୋଗେ ଆସିଛନ୍ତି । ସେହି ଟ୍ରେନରେ ପରୀକ୍ଷା ସରିବା ପରେ ମଧ୍ୟ ଫେରିବା ବ୍ୟବସ୍ଥା ହୋଇଛି । ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ନିଟ୍ ପରୀକ୍ଷାର୍ଥୀ ।

ତେବେ କୋଭିଡ୍-୧୯ କଟକଣା ମଧ୍ୟରେ ଅଫଲାଇନରେ ହେଉଥିବା ଏହି ପରୀକ୍ଷାରେ ଦେଶର ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଥିବା ବେଳେ ଓଡ଼ିଶାରୁ ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଓଡ଼ିଶାର ୭ଟି ସହରରେ ୮୪ଟି ପରୀକ୍ଷା କେନ୍ଦ୍ର ହୋଇଛି। ଭୁବନେଶ୍ବରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ କଟକର ୧୪ଟି ପରୀକ୍ଷା କେନ୍ଦ୍ରରେ ୫୯୪୯, ସମ୍ବଲପୁରର ୧୪ଟି କେନ୍ଦ୍ରରେ ୪୮୮୮, ବାଲେଶ୍ବରର ୧୧ଟି କେନ୍ଦ୍ରରେ ୩୮୩୧, ବ୍ରହ୍ମପୁରର ୭ଟି କେନ୍ଦ୍ରରେ ୩୯୪୧, ରାଉରକେଲାର ୫ଟି କେନ୍ଦ୍ରରେ ୧୯୬୦ ଓ ଅନୁଗୁଳର ୨ଟି ପରୀକ୍ଷା କେନ୍ଦ୍ରରେ ୧୨୦୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।



from Kanak News https://ift.tt/2RmGwGU https://ift.tt/2Fs8L4B
ଆଜି ରାଜ୍ୟର ୭ଟି ସହରରେ ‘ନିଟ୍‌’ ପରୀକ୍ଷା: ଦେଶରେ ୧୫ ଲକ୍ଷ, ଓଡ଼ିଶାରେ ୩୭ ହଜାର ପରୀକ୍ଷାର୍ଥୀ; କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁଯାୟୀ ହେବ ପରୀକ୍ଷା Kanak News ଆଜି ରାଜ୍ୟର ୭ଟି ସହରରେ ‘ନିଟ୍‌’ ପରୀକ୍ଷା: ଦେଶରେ ୧୫ ଲକ୍ଷ, ଓଡ଼ିଶାରେ ୩୭ ହଜାର ପରୀକ୍ଷାର୍ଥୀ; କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁଯାୟୀ ହେବ ପରୀକ୍ଷା Kanak News Reviewed by SUBHENDU BARAL on September 12, 2020 Rating: 5

No comments:

Powered by Blogger.