ଲଘୁଚାପ ପ୍ରଭାବରେ ଦକ୍ଷିଣରେ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ! ଆଜି ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା Kanak News

କନକ ବ୍ୟୁରୋ: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତା‌ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆନ୍ଧ୍ରପ୍ରଦେଶ ଉପକୂଳ ପର୍ଯ୍ୟନ୍ତ ଲମ୍ବିଛି। ଆଜି ଏହା ଲଘୁଚାପର ରୂପ ନେବ। ଏହା ପ୍ରଭାବରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଓ ଗଜପତି ଭଳି ଦକ୍ଷିଣ ସୀମାନ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଣୁ ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଦୁର୍ବଳ ମୌସୁମୀ ପାଇଁ ରାଜ୍ୟର ବାକି ଅଞ୍ଚଳ ଶୁଖିଲା ଓ ଖରାଟିଆ ରହିବ। ଦିନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର୍‌ ବିଶ୍ବାସ ସୂଚନା ଦେଇଛନ୍ତି।

ଶ୍ରୀ ବିଶ୍ବାସଙ୍କ ସୂଚନାନୁଯାୟୀ, ୧୪ ତାରିଖ ଦିନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶ‌ାରେ ବିଶେଷ ବର୍ଷାର ସମ୍ଭାବନା ରହିଛି। ବାକି ସ୍ଥାନରେ ବର୍ଷା କମ୍‌ ରହିବ। ‌କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ଏହିଦିନ ମଧ୍ୟ ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। କିନ୍ତୁ ୧୩ ତାରିଖଠାରୁ ବର୍ଷାର ପରିମାଣ କମ୍‌ ରହିବ। ୧୫ ଓ ୧୬ତାରିଖ ଆଡ଼କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ମୁତାବକ, ୧୩ ତାରିଖ ବଦଳରେ ୧୪ ତାରିଖ ଦିନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ। କିନ୍ତୁ ଏହା ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ତାଙ୍କ ଆକଳନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ। ଅଧିକାଂଶ ସ୍ଥାନରେ ପାଗ ଖରାଟିଆ ରହିବା ସହ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ତେବେ ତାପମାତ୍ରା ଅଧିକ ରହିବା ସହ ଆର୍ଦ୍ରତା ଅଧିକ ହେତୁ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ବର୍ଷା ହୋଇପାରେ। ତଥାପି ଆସନ୍ତା ସପ୍ତାହର ବର୍ଷା ସ୍ବାଭାବିକଠାରୁ ୪୦ରୁ ୫୦% କମ୍‌ ରହିବ। ରାଜ୍ୟରେ ସେପ୍ଟେମ୍ବର ୧୨ତାରିଖ ସୁଦ୍ଧା ମାତ୍ର ୫୩ ମିମି ବର୍ଷା ହୋଇଛି। ଯାହାକି ସ୍ବାଭାବିକଠାରୁ ୪୫% କମ୍‌ ବୋଲି ସେ କହିଛନ୍ତି।


from Kanak News https://ift.tt/3bSHxzQ https://ift.tt/3h7s2WK
ଲଘୁଚାପ ପ୍ରଭାବରେ ଦକ୍ଷିଣରେ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ! ଆଜି ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା Kanak News ଲଘୁଚାପ ପ୍ରଭାବରେ ଦକ୍ଷିଣରେ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ! ଆଜି ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା Kanak News Reviewed by SUBHENDU BARAL on September 12, 2020 Rating: 5

No comments:

Powered by Blogger.