ମେଷ – ପାରିବାରିକ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ଦ୍ୱନ୍ଦ୍ୱରେ ପଡି କୌଣସି ନୂତନ କାମ ଆରମ୍ଭ କରିପାରିବେ ନାହିଁ । କର୍ମକ୍ଷେତ୍ରରେ ମଧ୍ୟ ଭୁଲ୍ ବୁଝାମଣା ହୋଇପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫।
ବୃଷ – କର୍ମକ୍ଷେତ୍ରରେ ମୃଗଶିରା ନକ୍ଷତ୍ର ଅନ୍ୟମାନଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି । କୌଣସି ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ । ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୧ ।
ମିଥୁନ – ନିଜ ସମ୍ପର୍କୀୟମାନେ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ଦୀର୍ଘ ଦିନର ଶତ୍ରୁତା ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
କର୍କଟ – ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ହୋଇ ଯିବା କାରଣରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ । ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇ ମନ ଖୁସୀ ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।
ସିଂହ – ଆଜି ଯାତ୍ରା, ବାଣିଜ, ପ୍ରତି ଦ୍ୱନ୍ଦ୍ୱିତାରେ ଅବଶ୍ୟ ସଫଳତା ହାସଲ କରିବେ । କେତେକ କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୩ ।
କନ୍ୟା – ଦୀର୍ଘଦିନର ଆଶା ପୂରଣ ହେବା ସଙ୍ଗକୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପବ୍ଲିକେଶନର ସମସ୍ୟା ସମାଧାନ ହୋଇଯିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।
ତୁଳା – ଆଜି କୌଶଳରେ କାମ ହାସଲ କରି ଯେତିକି ଖୁସୀ ହେବେ, ପରିବାରରେ ଅଶାନ୍ତିର ବାତାବରଣରୁ ସେତିକି ଦୁଃଖି ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
ବିଛା – କାର୍ଯ୍ୟହାସଲ ସକାଶେ ବହୁତ ଝଡଝଞ୍ଜା ମଧ୍ୟ ଦେଇ ଗତି କରିବାକୁ ପଡିବ । ଭୁଲ୍ ବୁଝାମଣା କାରନରୁ ଅନ୍ୟମାନଙ୍କ ସହ ସୁସମ୍ପର୍କରେ ବାଧା ଉପୁଜିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।
ଧନୁ – ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ଭିତରେ ରହିବା ହେତୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ନଚେତ୍ ସମାଲୋଚିତ ହେବାକୁ ପଡିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।
ମକର – ଦୀର୍ଘ ଦିନରୁ ଲାଗି ରହିଥିବା ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ । ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ଓ କାର୍ଯ୍ୟ ଅବଶ୍ୟ ହାସଲ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।
କୁମ୍ଭ – ଦିନଟି ବହୁତ ଭଲ ଏପରି କି ବାଣିଜ୍ୟ, ବ୍ୟବସାୟ, ସଭାସମିତି, ପରିବହନ, ପ୍ରଶାସନିକ କ୍ଷେତ୍ରରୁ ସୁଫଳ ମିଳିବ। ମନ ଭାରାକ୍ରାନ୍ତ ରହିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ମୀନ – ଲାଗି ରହିଥିବା ସମସ୍ୟା ସୁଧୁରିଯିବା କାରଣରୁ ପାରିବାରିକ ସଦ୍ଭାବ କ୍ରମଶଃ ବୃଦ୍ଧି ପାଇବ । ଅପେକ୍ଷା କରନ୍ତୁ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସାଧିତ ହେବ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୫ ।
from Prameya News7 https://ift.tt/2RgJmxh
No comments: