ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’ Rajalaxmi Sahoo

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’। ଘଣ୍ଟାକୁ ୧୩ କି.ମି. ବେଗରେ ଏହା ଗତି କରୁଛି। ଭୀଷଣ ବାତ୍ୟାର ରୂପ ନେଇ ଆଜି ଅପରାହ୍ନରେ ମୁମ୍ବାଇର ୯୬ କିଲୋମିଟର ଦକ୍ଷିଣକୁ ଆଲିବାଗ ନିକଟରେ ଲ୍ୟାଣ୍ଡ୍‌ଫଲ୍ କରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନା ଦେଇଛି।

ବାତ୍ୟା ଯେଉଁ ସମୟରେ ସ୍ଥଳଭାଗ ଛୁଇଁବ, ସେହି ସମୟରେ ମୁମ୍ବାଇ ସହ ଥାଣେ, ପାଲଘର ଓ ରାଇଗଡ ଜିଲ୍ଲାରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର , ଏପରିକି ୧୨୦ କିଲୋମିଟର ବେଗରେ ପବନ ବହିପାରେ। ଏହି ସମୟରେ ସମୁଦ୍ରରେ ୨ ମିଟର ଉଚ୍ଚ ଜୁଆର ଆସିବା ସହ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ଗତ ରାତିରୁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।

ଉତ୍ତର ମହାରାଷ୍ଟ୍ର ଭଳି ଦକ୍ଷିଣ ଗୁଜରାଟ ଉପକୂଳରେ ବି ପ୍ରକୋପ ଦେଖାଇପାରେ ‘ନିସର୍ଗ’। ନଭସାରୀ, ଡାଙ୍ଗ, ଡାମନ, ଦାଦରା ଓ ନଗର ହାଭେଲି ଏବଂ ସୁରତ ଆଦି ଜିଲ୍ଲାରେ ୧୦୦ରୁ ଅଧିକ କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଆଇଏମ୍‌ଡି ପକ୍ଷରୁ ପୂର୍ବାନୁମାନ କରାଯିବା ସହ ଆଲର୍ଟ ଜାରି କରାଯାଇଛି।

ପ୍ରଶାସନ ପକ୍ଷରୁ ସମୁଦ୍ରକୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ‘ନିସର୍ଗ’ର ମୁକାବିଲା ଲାଗି NDRF, କୋଷ୍ଟ୍‌ଗାର୍ଡ, ଅଗ୍ନିଶମ ବିଭାଗ ସଜାଗ ରହିଛି। ମହାରାଷ୍ଟ୍ର ଓ ଗୁଜରାଟରେ ରେଡ୍ ଆଲର୍ଟ ଜାରି କରାଯାଇଛି।

ସୂଚନାଥାଉ କି, ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସମୀକ୍ଷା କରିଥିବାବେଳେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ଥିତିର ସମୀକ୍ଷା କରିଥିଲେ।



from OTV Khabar. https://ift.tt/3gJNgdD
ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’ Rajalaxmi Sahoo ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’ Rajalaxmi Sahoo Reviewed by SUBHENDU BARAL on June 02, 2020 Rating: 5

No comments:

Powered by Blogger.