ଗଞ୍ଜାମରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ- ଜିଲ୍ଲାପାଳ

ବ୍ରହ୍ମପୁର ୦୩।୦୫: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା । ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗଞ୍ଜାମ‌ ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ସ୍ଥାନୀୟ ପଜିଟିଭ୍ ଚିହ୍ନଟ ନେଇ ସ୍ଥାନୀୟ ଲୋକ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତେ ଆକ୍ରାନ୍ତ ପ୍ରବାସୀ ଙ୍କ ସଂପର୍କରେ ଆସିଛନ୍ତି । ତେଣୁ ବର୍ତମାନ ସୁଦ୍ଧା ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ତଥାପି ସତର୍କତା ଅବଲମ୍ବନ କରିବା କୁ ପଡିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି ।



from Prameya News7 https://ift.tt/2XTw0Kd
ଗଞ୍ଜାମରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ- ଜିଲ୍ଲାପାଳ ଗଞ୍ଜାମରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ- ଜିଲ୍ଲାପାଳ Reviewed by SUBHENDU BARAL on June 02, 2020 Rating: 5

No comments:

Powered by Blogger.