ମୁମ୍ବାଇ ୦୩।୦୬ : ଭୀଷଣ ବେଗରେ ଉପକୁଳ ମୁହାଁ ହେଉଛି ଆରବସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନ ନିସର୍ଗ । ଆଜି ଅପରାହ୍ନରେ ମହାରାଷ୍ଟ୍ରର ଆଲିବଗ୍ ନିଟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ବାତ୍ୟା ନିସର୍ଗ ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜରାଟର ଉପକୁଳ ଜିଲ୍ଲା ଗୁଡିକରେ ପ୍ରଳ ବର୍ଷା ଆରମ୍ଭ ହଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ଦକ୍ଷିଣ ମୁମ୍ବାଇ ଠାରୁ ପ୍ରାୟ ୯୪କିଲୋମଟିର ରେ ଅବସ୍ଥିତ ମହାରାଷ୍ଟ୍ରର ଆଲିବଗ୍ ଠାରେ ନିସର୍ଗ ଲ୍ୟାଣ୍ଡ ଫଲ କରିବ । ଏହାର ପ୍ରଭାବରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ହେବାର ସମ୍ଭାବନା ରହିଛି ।
ବାତ୍ୟା ନିସର୍ଗ ମହାରାଷ୍ଟ୍ରର ଉପକୁଳ ଜିଲ୍ଲା ସମେତ ମୁମ୍ବାଇ, ଗୁଜରାଟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି କରିବାର ସମ୍ଭାବନ ରହିଛି । ବାତ୍ୟା ମୁକାବିଲା ପାଇଁ ମହାରାଷ୍ଟ୍ର ଓ ଗୁଜରାଟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଉଭୟ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରଭାବିତ ହେବାକୁ ଥିବା ଦୁଇ ରାଜ୍ୟର ଉପକୂଳ ବର୍ତ୍ତି ଜିଲ୍ଲାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଗୁଜରାଟର ବିଭିନ୍ନ ସମୁଦ୍ର ଉପକୁଳବର୍ତ୍ତି ଜିଲ୍ଲାରୁ ୮୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସାଉଥ ମୁମ୍ବାଇ, ନଭି ମୁମ୍ବାଇ ଗୁଜରାଟର ବିଭିନ୍ନ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି ।
ବାତ୍ୟା ନିସର୍ଗ ପାଇଁ ମୋଟ ୨୬ଟି NDRF ଟିମ୍ ସଜାଗ ରହିଛନ୍ତି । ଗୁଜରାଟରେ ୧୬ଟି ଏବଂ ମହାରାଷ୍ଟ୍ରରେ ୧୦ଟି ଟିମ୍ ମୁତୟନ କରାଯାଇଛି । ଆବଶ୍ୟକ ସ୍ଥଳରେ ମହାରାଷ୍ଟ୍ରକୁ ଆଉ ୬ଟି ଏବଂ ଗୁଜରାଟକୁ ଆଉ ଦୁଇଟି ଟିମ୍ ପଠାଯିବ ବୋଲି NDRF ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ନିସର୍ଗକୁ ନଜରେ ରଖି ମୁମ୍ବାଇ ଏୟାର ପୋର୍ଟରୁ କେବଳ ୧୯ଟି ବିମାନ ଚଳାଚଳ ପାଇଁ ଅନୁମତି ମିଳିଛି । ସେହିପରି ମୁମ୍ବାଇ ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଛତ୍ରପତି ଶିବାଜୀ ଟର୍ମିନସ୍ ରୁ ମାତ୍ର ୫ଟି ସ୍ପେସାଲ ଟ୍ରେନ୍ କୁ ଜିବାକୁ ଅନୁମତି ମିଳିଛି ।
from Prameya News7 https://ift.tt/36ZilWe
No comments: