ଝାରସୁଗୁଡା ୦୨।୦୬ : ଝାରସୁଗୁଡା ସହର ନିକଟସ୍ଥ ଲହଣ୍ଡାବୁଡ଼ରେ ଅଭାବନୀୟ ଘଟଣା ଘଟିଛି । ଫିନାଇଲ୍ ପିଇ ଗୋଟିଏ ପରିବାରର ୫ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ସାନଭାଇର ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ପରିବାରର ନିଷ୍ପତ୍ତି ସୂଚନା ରହିଛି । ୩ ଭଉଣୀ, ବଡ ଭାଇ ସହ ମା’ର ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ତେବେ ବଡ ଭଉଣୀ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଗତକାଲି ସାନପୁଅର ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ପରିବାର ଲୋକେ । ସାନପୁଅ ଦୀପକ ବିଶ୍ବାଳ ଦୁର୍ଘଟଣାର ଶିକାର ହୋଇ ଦୁଇ ବର୍ଷ ହେଲା କୋମାରେ ରହିବା ପରେ ଗତକାଲି ମୃତ୍ୟୁବରଣ କରିଥିଲେ । ମୃତଦେହ ଘରେ ପଡିଥିବା ବେଳେ ପରିବାର ସଦସ୍ୟ ନେଇଥିଲେ ଏହିଭଳି କଠୋର ନିଷ୍ପତ୍ତି ।
from Prameya News7 https://ift.tt/36QliZ3
ପୁଅର ମୃତ୍ୟୁ ପରେ ଭାଙ୍ଗିପଡିଲା ପୂରା ପରିବାର, ଫିନାଇଲ୍ ପିଇ ୫ଜଣଙ୍କ ଆତ୍ମହତ୍ୟା ଉଦ୍ୟମ
Reviewed by SUBHENDU BARAL
on
June 01, 2020
Rating:
No comments: