ଦୁଇ ମାସ ପରେ ଉଡ଼ିଲା ଘରୋଇ ବିମାନ Rajalaxmi Sahoo

ନୂଆଦିଲ୍ଲୀ: ଦୁଇ ମାସ ପରେ ଦେଶରେ ଆଜିଠୁ ପୁଣି ଥରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଭୋର ୪ଟା ୪୫ ମିନିଟ୍‌ରେ ମୁମ୍ବାଇ ପାଇଁ ପ୍ରଥମ ବିମାନ ଉଡ଼ାଣ କରିଛି। ବିମାନ ଉଡ଼ାଣର ଦୁଇ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ।

ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ପାଳନ, ସାନିଟାଇଜର୍ ବ୍ୟବହାର କରିବା ଭଳି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି।

ସେହିପରି ମୁମ୍ବାଇରୁ ଆଜି ୨୫ଟି ବିମାନ ଉଡ଼ାଣ ଭରିବ। କରୋନାକୁ ଦୃଷ୍ଟିରେ ରଖି ମୁମ୍ବାଇରୁ ବିମାନ ଚଳାଚଳ କରିବ ନାହିଁ ବୋଲି ପୂର୍ବରୁ ମହାରାଷ୍ଟ୍ର ସରକାର କହିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା ପରେ ୨୫ଟି ବିମାନ ଉଡ଼ିବା ନେଇ ନିଷ୍ପତ୍ତି ନିଆଯାଇଥିଲା।

ଆନ୍ଧ୍ରପ୍ରଦେଶରେ ଘରୋଇ ବିମାନ ସେବା ଆସନ୍ତାକାଲିଠୁ ଆରମ୍ଭ ହେବ। ସେହିଭଳି ବାତ୍ୟା ଅମ୍ପନ୍ ଯୋଗୁ ପଶ୍ଚିମବଙ୍ଗ କ୍ଷତିଗସ୍ତ ହୋଇଥିବାରୁ ୨୮ ତାରିଖରୁ ପଶ୍ଚିମବଙ୍ଗରୁ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସୂଚନାଥାଉ କି, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ସମେତ ଦେଶର ୬୦ରୁ ଅଧିକ ସହରର ବିମାନ ବନ୍ଦରରେ ଆଜି ବିମାନ ସେବା ଆରମ୍ଭ ହୋଇଛି। ୩ ଶହରୁ ଅଧିକ ବିମାନ ଆଜି ଚଳାଚଳ କରିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିମାନ ଚଳାଚଳକୁ ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏୟାରପୋର୍ଟର ବିଭିନ୍ନ ସ୍ଥାନରେ ଅଟୋମେଟିକ୍ ହ୍ୟାଣ୍ଡ୍‌ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦରର ଚେକ୍-ଇନ୍-ଗେଟ୍ ଓ ଅନ୍ୟ ସ୍ଥାନରେ ସାମାଜିକ ଦୂରତା ରଖିବାକୁ ଚିହ୍ନଟ କରାଯାଇଛି।

କରୋନା ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ରୁ ଘରୋଇ ବିମାନ ସେବାକୁ ବନ୍ଦ କରାଯାଇଥିଲା।



from OTV Khabar. https://ift.tt/2Aa7Lis
ଦୁଇ ମାସ ପରେ ଉଡ଼ିଲା ଘରୋଇ ବିମାନ Rajalaxmi Sahoo ଦୁଇ ମାସ ପରେ ଉଡ଼ିଲା ଘରୋଇ ବିମାନ Rajalaxmi Sahoo Reviewed by SUBHENDU BARAL on May 24, 2020 Rating: 5

No comments:

Powered by Blogger.