ଆଜିଠୁ କଟକରେ ମଦ ହୋମ୍‌ ଡେଲିଭରି Rajalaxmi Sahoo

କଟକ: କଟକରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଲାଗି ରହିଥିବା ଟଣାଓଟରା ଭିତରେ ଶେଷରେ ହଁ ଭରିଛି କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ।

ଆଜିଠୁ କଟକରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ସଂଘ ଶେଷରେ ରାଜି ହୋଇଛି। କିନ୍ତୁ ଜୋମାଟୋ କିମ୍ବା ସ୍ୱିଗି ନୁହଁ, ବରଂ ଦୋକାନୀଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ହିିଁ ଗ୍ରାହକଙ୍କୁ ମଦ ଡେଲିଭରି ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି।

ଆଜି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଗ୍ରାହକ ଅର୍ଡର କରିବା ପରେ ଦିନ ୧ଟାରୁ ସନ୍ଧ୍ୟା ୬ଟା ଭିତରେ ମଦ ଡେଲିଭରି କରାଯିବ ବୋଲି ସଂଘ କହିଛି। ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ନେଇ ଗତକାଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହ ଆଲୋଚନା ପରେ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ଏହି ନିଷ୍ପତ୍ତି ନେଇଛି।



from OTV Khabar. https://ift.tt/2ZAojem
ଆଜିଠୁ କଟକରେ ମଦ ହୋମ୍‌ ଡେଲିଭରି Rajalaxmi Sahoo ଆଜିଠୁ କଟକରେ ମଦ ହୋମ୍‌ ଡେଲିଭରି Rajalaxmi Sahoo Reviewed by SUBHENDU BARAL on May 24, 2020 Rating: 5

No comments:

Powered by Blogger.