ଦାରିଙ୍ଗିବାଡ଼ି ଘାଟିରେ ଫସିଲା ପ୍ରବାସୀଙ୍କ ବସ୍ : ଡ୍ରାଇଭର୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଲା ଜୀବନ Kanak News

କନକ ବ୍ୟୁରୋ : ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ବାରମ୍ବାର ଦୁର୍ଘଟଣା ପରେ ସୁରତ ସମେତ ବିଭିନ୍ନ ରାଜ୍ୟରୁ ବସ୍ ଆସିବା ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ତଥାପି ଆଜିଯାଏ ବସ୍ ଆସିବା ବନ୍ଦ ହେଉନି। ଏଭଳି ପରିସ୍ଥିତିରେ ଗତକାଲି ତାମିଲନାଡ଼ୁ ରାଜ୍ୟର କୋଏମ୍ବାଟୁର୍ ଅଞ୍ଚଳରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଗୋଟିଏ ବସ୍ ଗଞ୍ଜାମ ଜିଲ୍ଲା ସୀମାନ୍ତ ସୋରଡ଼ା ଥାନା ଅଧୀନ ଦାରିଙ୍ଗବାଡ଼ି ଘାଟିରେ ଫସିଯାଇଥିଲା। ହେଲେ ଡ୍ରାଇଭର୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା। କିନ୍ତୁ ବସ୍‌ଟି ସେଠାରେ ରାତିସାରା ଫସି ରହିଥିଲା। ପ୍ରବାସୀମାନ‌େ ମଧ୍ୟ ଘାଟିରେ ରାତି କାଟିଥିଲେ। ସୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଉଦ୍ଧାର କରିଥିଲେ। ୧୨ ଘଣ୍ଟା ପରେ ଘାଟିରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଥିବା ବେଳେ ବସ୍‌ଟି ପୁଣି ଗନ୍ତବ୍ୟସ୍ଥଳ ଅଭିମ‌ୁଖେ ଯାତ୍ରା କରିଥିଲା।

ସୂଚନା ଅନୁଯାୟୀ, ଗତ ୩ ଦିନ ତଳେ କୋଏମ୍ବାଟୁର୍‌ରୁ ୩୦ ଜଣ ପ୍ରବାସୀ ଓଡ଼ିଆ ଏକ ବସ୍ ଭଡ଼ା କରି ଓଡ଼ିଶା ଅଭିମୁଖେ ବାହାରିଥିଲେ। ଏଥିରେ ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ପ୍ରବାସୀ ଓଡ଼ିଆ ମାନେ ଆସୁଥିଲେ। ସେମାନେ ଭଞ୍ଜନଗର କଳିଙ୍ଗାଘାଟି ଦେଇ ଯିବା ବଦଳରେ କାଳଷଣ୍ଢପୁର ଛକରୁ ସୋରଡ଼ା ଆଡ଼କୁ ଯାଉଥିଲେ। ଗତକାଲି ରାତି ପ୍ରାୟ ସ‌ାଢ଼େ ୮ଟାରେ ବସ୍‌ଟି ଦାରିଙ୍ଗବାଡ଼ି ଘାଟିର ୯ ନମ୍ବର ବୁଲାଣିକୁ ଉଠୁଥିଲା ବେଳେ ହଠାତ୍ ବସ୍‌ଟି ତଳକୁ ତଳ ଖସିବାରେ ଲାଗିଲା। ହେଲେ ଡ୍ରାଇଭର୍‌ ଉପସ୍ଥିତ ବୁଦ୍ଧି ଖଟାଇ ସାବଧାନାତର ସହ ବ୍ରେକ୍ କଷି ବସ୍‌କୁ ରଖିଦେବାରୁ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା। ହେଲେ ବସ୍‌ଟି ଆଗକୁ କି ପଛକୁ ଆସିପାରିଲାନି।

ବସ୍‌ରେ ଆସିଥିବା ପ୍ରବାସୀମାନ‌େ ସଂଗେ ସଂଗେ ଫୋନ୍ ଯୋଗେ ସୋରଡ଼ା ଥାନାକୁ ସୂଚନା ଦେଇଥିଲେ। ସୋରଡ଼ା ଥାନାଧିକାରୀ ରମେଶ କୁମାର ପ୍ରଧାନ ଓ ଏସ୍‌ଆଇ ସୁନୀଲ କଣ୍ଡ ଘୋରୀ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନ୍ଧାର ଯୋଗୁଁ ବସ୍‌କୁ ବାହାର କରିବା ସମ୍ଭବପର ହୋଇ ପାରି ନଥିଲା। ଏହାସହ ଘାଟି ଇଲାକାଟି ମାଓପ୍ରବଣ ହୋଇଥିବାରୁ ପୁଲିସ ପକ୍ଷରୁ ସମସ୍ତଙ୍କୁ ସୁରକ୍ଷା ଦିଆଯାଇଥିଲା। ଏଥିସହ ରାତିରେ ଶୁଖିଲା ଖାଦ୍ୟ ଓ ପାଣି ଦିଆଯାଇଥିଲା। କିନ୍ତୁ ବସ୍‌ ଅଟକିଥିବାରୁ ଅନ୍ୟ ଯାନବାହନ ଯାତାୟାତ ବନ୍ଦ ହୋଇଯାଇଥିଲା। ଆଜି ସକାଳେ ଜେସିବି ଦ୍ବାରା ବସ୍‌ଟିକୁ ଉଦ୍ଧାର କରାଯିବା‌ ପରେ ବସ୍‌ଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।



from Kanak News https://ift.tt/2X09iAO https://ift.tt/3ee8sGs
ଦାରିଙ୍ଗିବାଡ଼ି ଘାଟିରେ ଫସିଲା ପ୍ରବାସୀଙ୍କ ବସ୍ : ଡ୍ରାଇଭର୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଲା ଜୀବନ Kanak News ଦାରିଙ୍ଗିବାଡ଼ି ଘାଟିରେ ଫସିଲା ପ୍ରବାସୀଙ୍କ ବସ୍ : ଡ୍ରାଇଭର୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଲା ଜୀବନ Kanak News Reviewed by SUBHENDU BARAL on May 24, 2020 Rating: 5

No comments:

Powered by Blogger.