ଭୁବନେଶ୍ୱର ୨୫।୦୫: ଆଜିଠୁ ରାଜ୍ୟରେ ବସ୍ ଚାଲିବା ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ଘରୋଇ ବସ୍ ଚାଲିବା ନେଇ ସନ୍ଦେହ ଉପୁଜିଛି। ବସ୍ ଚାଲିବା ନେଇ ସରକାର ବସ ମାଲିକ ସଂଘ ସହିତ କୈଣସି ଆଲୋଚନା କରି ନଥିବାରୁ ବସ ଚାଲିବ କି ନା ସନ୍ଦେହ ଦେଖାଦେଇଛି। ଗତକାଲି ରାଜ୍ୟବ୍ୟାପୀ ବସ୍ ଚଳାଚଳ। ଟ୍ୟାକ୍ସି ଓ ଅଟୋ ଚଳାଚଳ ସ୍ବଭାବିକ କରିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର ।
ଘରୋଇ ବସ ମାଲିକ ସଂଘର ପତିକ୍ରିୟାରୁ ଏପରି ସନ୍ଦେହ ସୃଷ୍ଟି ହୋଇଛି । ପୂର୍ବରୁ ରାଜ୍ୟ ସରକାର ଗ୍ରୀନ ଜୋନରେ ଅଧାଯାତ୍ରୀ ନେଇ ବସ ଚଳାଚଳ କରିବାକୁ ଅନୁମତି ଦେଇଥିଲେ । ହେଲେ ସଂଘ କ୍ଷତି ହେବ କହି ଘରୋଇ ବସ୍ ଚଳାଚଳ କରାଇଲାନାହିଁ। ଏବେ ସରକାରଙ୍କ ନୂଆ ଗାଇଡଲାଇନ ସତ୍ବେ ସଂଘ ଗାଡି ଚଳାଇବାକୁ ହଁ ବି ଭରିନି । ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ସିଟ୍ ଅନୁଯାୟୀ ଯାତ୍ରୀ ପରିବହନ ନେଇ ଅନୁମତି ଦିଆଯାଇଥିବାରୁ ଆଉ ବସ୍ ମାଳିକଙ୍କର କୌଣଛି କ୍ଷତି ହେବନି । ଏପରିକି ବସ୍ ମାଳିକମାନଙ୍କ ଟ୍ୟାକ୍ସ ଛାଡ଼ ସମ୍ପର୍କରେ ମଧ୍ୟ ସରକାର ଆଲୋଚନା କରୁଛନ୍ତି ।
ରାଜ୍ୟରେ ଯାତ୍ରୀ ସେବାକୁ ସ୍ବଭାବିକ କରିବାଲାଗି ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ବସରେ ଯେତିକ ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ଯିବେ । ବସରେ କେହି ଠିଆ ହୋଇ ଯାତ୍ରା କରିପାରିବେ ନାହିଁ । ଯାତ୍ରୀଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର ରଖିବାକୁ ପରାମର୍ଶ ଦେଇଛନ୍ତି ସରକାର। ସେହିପରି ଅଟୋ ଟାକ୍ସି ଚଳାଚଳ କରିବାକୁ ଅନୁମତି ମିଳିଛି । ଅଟୋ ଓ ଟାକ୍ସିରେ ଚାଳକଙ୍କୁ ଛାଡି ୨ ଜଣ ଯାତ୍ରୀ ଯାଇପାରିବେ । ରେଳଷ୍ଟେସନ, ବିମାନବନ୍ଦରକୁ ଯିବାକୁ ୨୪ଘଣ୍ଟା ଗାଡି ଚାଲିବ । ଅନ୍ୟ ରାଜ୍ୟ ସହ ସହମତି ପରେ ଆନ୍ତରାଜ୍ୟ ବସ ଚଳାଚଳ କରିବ । ସେହିପରି ସିଟି ବସ ସେବା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
from Prameya News7 https://ift.tt/2ZxAF75
No comments: