୧୦ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ଭାରତ, ଦିନକରେ ପ୍ରାୟ ୭ ହଜାର ମାମଲା ଦିଲ୍ଲୀରେ ଅଚାନକ ବଢ଼ିଲା ସଂକ୍ରମଣ Kanak News

କନକ ବ୍ୟୁରୋ : କରୋନାଭାଇରସ୍ ମହାମାରୀ ବିରୋଧରେ ଭାରତର ଲଢ଼େଇ ଜାରି ରହିଥିବା ବେଳେ ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଗତକାଲି ୭ ହଜାର ନୂଆ ମାମଲା ସାମ୍ନାକୁ ଆସିବା ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାର ପାଖାପାଖି ପହଞ୍ଚିଯାଇଛି। ଏହା ସହିତ ଭାରତ ବିଶ୍ବର ୧୦ଟି ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର ତାଲିକାରେ ସାମିଲ ହୋଇଛି। ୧୬ ଲକ୍ଷ ୪୫ ହଜାର ମାମଲା ସହିତ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ୧୦ମ ସ୍ଥାନରେ ରହିଛି। ସପ୍ତାହକ ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧିପାଇଛି ଏବଂ ଭାଇରସ୍ ଯୋଗୁଁ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି।

ବିଗତ ୪ ଦିନ ଧରି ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାରରୁ ଅଧିକ ରହୁଥିବା ବେଳେ ଆଜି ଏହା ପ୍ରାୟ ୭ ହଜାରରେ ପହଞ୍ଚିଥିବାରୁ ଅଧିକ ପ୍ରଭାବିତ ରାଜ୍ୟଗୁଡ଼ିକରେ ସତର୍କତା ବଢ଼ାଇ ଦିଆଯାଇଛି। ରବିବାର ଦେଶରେ ୬୭୬୭ ମାମଲା ଚିହ୍ନଟ ହୋଇଥିଲା। ତେବେ ପ୍ରାୟ ୫୮ ହଜାର ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ଏକ ବଡ଼ ଆଶ୍ବାସନା ହୋଇଛି। ଦେଶରେ ଆରୋଗ୍ୟ ହାର ବିଶ୍ବର ଅନ୍ୟ ପ୍ରଭାବିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ବହୁତ ଭଲ ରହିଛି ଏବଂ ଆଜି ଏହା ୪୧.୫୭ରେ ପହଞ୍ଚିଛି। ମହାରାଷ୍ଟ୍ରରେ ମୋଟ ମାମଲା ୫୦ ହଜାର ଟପିଯାଇଛି। ଏହା ପରେ ତାମିଲନାଡ଼ୁ ଏବଂ ଗୁଜରାଟ ରହିଛି। କରୋନା ସଂକ୍ରମଣ ରେ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛି। ଦିଲ୍ଲୀରେ ଅଚାନକ ସଂକ୍ରମଣ ବଢ଼ିଯିବା ଏବେ ଚିନ୍ତାର କାରଣ ହୋଇଛି।



from Kanak News https://ift.tt/36sBjEk https://ift.tt/2VfrW5O
୧୦ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ଭାରତ, ଦିନକରେ ପ୍ରାୟ ୭ ହଜାର ମାମଲା ଦିଲ୍ଲୀରେ ଅଚାନକ ବଢ଼ିଲା ସଂକ୍ରମଣ Kanak News ୧୦ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ଭାରତ, ଦିନକରେ ପ୍ରାୟ ୭ ହଜାର ମାମଲା ଦିଲ୍ଲୀରେ ଅଚାନକ ବଢ଼ିଲା ସଂକ୍ରମଣ Kanak News Reviewed by SUBHENDU BARAL on May 25, 2020 Rating: 5

No comments:

Powered by Blogger.