ଭୁବନେଶ୍ୱର ଓ କଟକରେ ଆଜିଠାରୁ ଗଡିବ ମୋ ବସ୍ : ୭ଟି ରୁଟରେ ସକାଳ ୭ରୁ ସନ୍ଧ୍ୟା ୭ ଯାଏ ନନ୍ ଏସି ବସ୍ ଚଳାଇବାକୁ ନିଷ୍ପତ୍ତି,ବସରେ ଠିଆ ହୋଇ ଯାଇପାରିବେନି ଯାତ୍ରୀ Kanak News

କନକ ବ୍ୟୁରୋ : ଆଜିଠୁ ଗଡିବ ମୋ ବସ୍ । ରାଜଧାନୀ ଭୁବନେଶ୍ୱର ଓ କଟକରେ ଏହି ବସ୍ ସେବା ଆରମ୍ଭ ହେବାକୁ ଯାଉଛି । କେବଳ ୭ଟି ରୁଟରେ ନନ୍ ଏସି ବସ୍ ଚାଲିବ । ତେବେ ବସରେ ଯିବାକୁ ହେଲେ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ବସରେ ଯେତିକି ସିଟ୍ ଅଛି ସେତିକି ସଂଖ୍ୟାରେ ଯାତ୍ରୀ ହିଁ ଯାତ୍ରା କରିପାରିବେ । କୌଣସି ବି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ । ଏଥିସହ ଯାତ୍ରୀଙ୍କୁ ଟିକେଟ୍ର ସଠିକ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ପଡିବ । ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏ ବସ୍ ଚାଲିପାରିବ । ଆଜିଠାରୁ ୭ଟି ରୁଟରେ ବସ୍ ଚାଲିବାକୁ ନିଷ୍ପତି ହୋଇଥିବା ବେଳେ ସେହି ରୁଟ୍ ଗୁଡିକ ହେଲା, ଏୟାରପୋର୍ଟରୁ କଟକ ସିଡିଏ, ନନ୍ଦନ ବିହାରଠାରୁ ଲିଙ୍ଗିପୁର, ମାଷ୍ଟର କ୍ୟାଂଟିନରୁ କଟକ ସିଡିଏ, ମାଷ୍ଟର କ୍ୟାଂଟିନରୁ ଖୋର୍ଦ୍ଧା, ମାଷ୍ଟର କ୍ୟାଂଟିନରୁ ସମ୍ ହସପିଟାଲ, ଡୁମଡୁମାରୁ ମଂଚେଶ୍ୱର ଏବଂ ମାଷ୍ଟର କ୍ୟାଂଟିନରୁ ଏମ୍ସ ।

ଏପଟେ ରାଜ୍ୟ ସରକାରଙ୍କ ଅନୁମତି ପରେ ବି ଗଡିପାରୁନି ଘରୋଇ ବସ୍ । ରୋଡ୍ ଟିକସ ଛାଡ ଓ ଅନ୍ୟ ଦାବିରେ ଅଟଳ ରହିଛନ୍ତି ଘରୋଇ ବସ୍ ମାଲିକ ସଂଘ । ସରକାରଙ୍କ ନିଷ୍ପତି ପରେ ରାଜ୍ୟରେ ବିଭିନ୍ନ ସିଟି ବସ୍ ଓ ଅଟୋ ରିକ୍ସା ସ୍ୱାଭାବିକ ହୋଇଥିବା ବେଳେ ଘରୋଇ ବସ୍ ଗଡିପାରୁନାହିଁ । ତେବେ ତାଲାବନ୍ଦ କାରଣରୁ ବସ୍ କର୍ମଚାରୀ ଅନୁପସ୍ଥିତ ଥିବା ଯୁକ୍ତି ଦର୍ଶାଇଛନ୍ତି ବସ୍ ମାଲିକ ସଂଘ । ଅନ୍ୟପଟେ ମାତ୍ର ୫ ଦିନ ବସ୍ ଚଳାଇ ମାସକର ରୋଡ୍ ଟ୍ୟାକ୍ସ କିପରି ଦେବେ ବୋଲି ମଧ୍ୟ ସେମାନେ ଯୁକ୍ତି ବାଢୁଛନ୍ତି । ତେବେ ସରକାର ରୋଡ୍ ଟ୍ୟାକ୍ସ ଛାଡ ନେଇ ବିଚାରବିମର୍ଷ କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବସ୍ ଚଳାଚଳ କଲେ ବସଷ୍ଟାଣ୍ଡ ଓ ବସ୍ ସାନିଟାଇଜ କରାଯିବ । ଘରୋଇ ବସ୍ ମାଲିକ ସଂଘର ସମସ୍ତ ଦାବି ପ୍ରତି ସରକାର ନଜର ରଖିଥିବା ସେ କହିଛନ୍ତି ।



from Kanak News https://ift.tt/2X0kpcY https://ift.tt/2A4Vhcf
ଭୁବନେଶ୍ୱର ଓ କଟକରେ ଆଜିଠାରୁ ଗଡିବ ମୋ ବସ୍ : ୭ଟି ରୁଟରେ ସକାଳ ୭ରୁ ସନ୍ଧ୍ୟା ୭ ଯାଏ ନନ୍ ଏସି ବସ୍ ଚଳାଇବାକୁ ନିଷ୍ପତ୍ତି,ବସରେ ଠିଆ ହୋଇ ଯାଇପାରିବେନି ଯାତ୍ରୀ Kanak News ଭୁବନେଶ୍ୱର ଓ କଟକରେ ଆଜିଠାରୁ ଗଡିବ ମୋ ବସ୍ : ୭ଟି ରୁଟରେ ସକାଳ ୭ରୁ ସନ୍ଧ୍ୟା ୭ ଯାଏ ନନ୍ ଏସି ବସ୍ ଚଳାଇବାକୁ ନିଷ୍ପତ୍ତି,ବସରେ ଠିଆ ହୋଇ ଯାଇପାରିବେନି ଯାତ୍ରୀ Kanak News Reviewed by SUBHENDU BARAL on May 25, 2020 Rating: 5

No comments:

Powered by Blogger.