ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା କମୁନି । ସୀମାରେ ଜାରି ରହିଛି ଛକାପଞ୍ଝା । ଅଧିକ ସେନା ମୁତୟନ କଲା ଭାରତ Kanak News

କନକ ବ୍ୟୁରୋ : ଭାରତ ଏବଂ ଚୀନ୍‌ ମଧ୍ୟରେ ପୂର୍ବ ଲଦାଖରେ ଆରମ୍ଭ ହୋଇଥିବା ଉତ୍ତେଜନା ଥମିବାର ନାମ ନେଉନାହିଁ । ଉଭୟ ଦେଶ ସୀମାରେ ଅଧିକ ସଂଖ୍ୟାରେ ସେନା ମୁତୟନ କରୁଛନ୍ତି । ଚୀନ୍‌ ଗଲ୍‌ବାନ ଘାଟିରେ ୧୦୦ଟି ଅସ୍ଥାୟୀ ଟେଣ୍ଟ୍‌ ସ୍ଥାପନ କରିଥିବାରୁ ଏଭଳି ଶକ୍ତି ପ୍ରଦର୍ଶନର କଡ଼ା ଜବାବ ଦେବାକୁ ଭାରତ ମଧ୍ୟ ଅଧିକ ସେନା ମୁତୟନ ସହ ପ୍ରସ୍ତୁତ ରହିଛି । ଭାରତ ବିଗତ ୨୪ ଘଣ୍ଟା ମଧ୍ୟରେ ନିଜ ସ୍ଥିତିକୁ ଯଥେଷ୍ଟ ସୁଦୃଢ଼ କରିଛି । ଚୀନ୍‌ ଲଦାଖ୍‌ର ୩ଟି ସ୍ଥାନରେ ବହୁ ସଂଖ୍ୟାରେ ବୋର୍ଡର ଡିଫେନ୍ସ ରେଜିମେଣ୍ଟ (ବିଡିଆର) ଯବାନଙ୍କୁ ମୁତୟନ କରିଛି ।

ଭାରତ ମଧ୍ୟ ଚୀନ୍‌ର ସୈନ୍ୟ ସଂଖ୍ୟା ତୁଳନାରେ ଅଧିକ ସେନା ମୁତୟନ ନିଷ୍ପତ୍ତି କାର୍ଯ୍ୟକାରୀ କରିଛି। ଆକାଶ ମାର୍ଗରୁ ହେଲିକପ୍‌ଟରରେ ପରିସ୍ଥିତି ଉପରେ ଅହରହ ନଜର ରଖାଯାଉଛି। ଚୀନ୍‌ର ପ୍ରାୟ ୧୩ ଶହ ସୈନିକ ଗଲ୍‌ବାନ୍‌ ଘାଟିରେ ମୁତୟନ ହୋଇଥିବା ସୂଚନା ମିଳିଛି। ଚୀନ୍‌ ସେନା ଭାରତର କିଛି ସୈନିକଙ୍କୁ ଅଟକ ରଖିଥିବା ଖବର କେତେକ ଗଣମାଧ୍ୟମରେ ପ୍ରଚାର ହୋଇଥିବାରୁ ଭାରତୀୟ ସେନା ଏହାକୁ ଖଣ୍ଡନ କରିଛି। ଏଭଳି ମିଥ୍ୟା ଖବର ପ୍ରଚାର ଦେଶର ସ୍ବାର୍ଥ ବିରୋଧୀ ବୋଲି ସେନା ପ୍ରବକ୍ତା କହିଛନ୍ତି ।

ଗତ ୫ ତାରିଖ ଦିନ ପୂର୍ବ ଲଦାଖରେ ପ୍ରାୟ ୨୫୦ ଚୀନ୍‌ ସେନା ଥିବା ବେଳେ ଚୀନ୍‌ ଏଥିରେ ଲଗାତାର ବୃଦ୍ଧି ଘଟାଇ ଅଯଥା ଉତ୍ତେଜନା ସୃଷ୍ଟିପାଇଁ ପ୍ରାୟସ କରିଛି। ୫ ତାରିଖ ଦିନ ଉଭୟ ଦେଶର ସେନା ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଚୀନ୍‌ ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଉତ୍ତେଜନା ସୃଷ୍ଟି କରିଛି ଏବଂ ଭାରତର କଡ଼ା ପ୍ରତିରୋଧ ପରେ ପଛକୁ ହଟିବାକୁ ବାଧ୍ୟ ହୋଇଛି। ୨୦୧୮ରେ ଏହି ଅଂଚଳରେ ଚୀନ୍‌ ସେନା ୩୨୬ ଥର ଗଣ୍ଡଗୋଳ ସୃଷ୍ଟି କରିଥିଲା ।



from Kanak News https://ift.tt/2zifs6v https://ift.tt/3gjxi9S
ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା କମୁନି । ସୀମାରେ ଜାରି ରହିଛି ଛକାପଞ୍ଝା । ଅଧିକ ସେନା ମୁତୟନ କଲା ଭାରତ Kanak News ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା କମୁନି । ସୀମାରେ ଜାରି ରହିଛି ଛକାପଞ୍ଝା । ଅଧିକ ସେନା ମୁତୟନ କଲା ଭାରତ Kanak News Reviewed by SUBHENDU BARAL on May 24, 2020 Rating: 5

No comments:

Powered by Blogger.