ଏବେ ଚାଲିବନି ମୋ ବସ୍…ପିପିଇ କିଟ୍ ଏବଂ ମାସ୍କ ନଥିବାରୁ ବସ୍ ଚଳାଚଳ ନେଇ ଏଯାଏଁ ହୋଇନି ନିଷ୍ପତି Kanak News

କନକ ବ୍ୟୁରୋ: ରାଜ୍ୟ ସରକାର ମେ’ ୨୫ରୁ ସମସ୍ତ ବସ୍ ଚଲାଇବାକୁ ଅନୁମତି ଦେଇଛନ୍ତି। ହେଲେ କ୍ରୁଟ୍ କର୍ତ୍ତୃପକ୍ଷ ଲକ୍ଡାଉନ୍-୪ ଶେଷ ହେବା ପରେ ଜୁନ୍ ୧ରୁ ବସ୍ ଚଳାଇବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଏପରିକି ଏବେ କେତେ ବସ୍ ଚାଲିପାରିବ, ୫୦% ନା ସମସ୍ତ ୨୦୦ଟି ମୋ ବସ୍ ଚାଲିବ, ବସ୍ ଚଲାଇଲେ କେଉଁ ରୁଟରେ ଆଗ ଚାଲିବ, ଯାତ୍ରୀଙ୍କ ପାଇଁ କ’ଣ ପଦକ୍ଷେପ ନିଆଯିବ, ମୋ ବସ୍ ଚଲାଉଥିବା କ୍ୟାପଟେନ୍ ଏବଂ ଟଙ୍କା ଆଦାୟ କରୁଥିବା ଗାଇଡଙ୍କ ସୁରକ୍ଷା କିପରି ନିଶ୍ଚିତ କରାଯିବ, ସେମାନଙ୍କୁ ପିପିଇ କିଟ୍, ମାସ୍କ କେତେ ପରିମାଣରେ ଦିଆଯିବ, ସେନେଇ ନିଷ୍ପତ୍ତି ହୋଇନି। ସେହିପରି ଯାତ୍ରୀଙ୍କଠାରୁ ନଗଦ ଅର୍ଥ ରଖାଯିବ କି ସେମାନଙ୍କୁ ୱାଲେଟ୍, କାର୍ଡ ପେମେଣ୍ଟ କରିବାକୁ କୁହାଯିବ ସେନେଇ ବି ନିଷ୍ପତ୍ତି ହୋଇନି। ତେଣୁ ଆଜିଠାରୁ ମୋ ବସ୍ ଗଡ଼ିବାର ନାହିଁ।

ସୂଚନା ଅନୁଯାୟୀ, ମୋ ବସ୍ ଚଳାଇ ଦେବାରେ କିଛି ଅସୁବିଧା ନାହିଁ। କିନ୍ତୁ ଯଦି କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଗଲେ, ତେବେ ସ୍ଥିତି ଅଣାୟତ ହୋଇଯିବ। ବସରେ ଯେଉଁମାନେ ଯାତ୍ରା କରିଥିବେ, ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିବ, ବସର କ୍ୟାପଟେନ୍ ଓ ଗାଇଡ୍ ବି କାର୍ଯ୍ୟ କରିବାକୁ ଡରିବେ। ତେଣୁ ସେମାନଙ୍କୁ ସୁରକ୍ଷିତ ରଖି ସବୁ କାମ ହେବ। ଏ ସବୁ ଦିଗ ଉପରେ ଆଲୋଚନା କରି ପଦକ୍ଷେପ ନିଆଯିବ। ଖୁବ୍ ଶ୍ରୀଘ୍ର କ୍ରୁଟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ବସିବ। ଏଥିରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ଖୁବ୍ ଶୀଘ୍ର ମୋ ବସ୍ ଚଳାଚଳ ନେଇ ଏସଓପି ଜାରି ହେବ। ସେହି ଏସଓପି ଅନୁଯାୟୀ ଗାଡ଼ି ଚଳାଚଳ କରିବ।

ଏବେ କ୍ରୁଟ୍ ପକ୍ଷରୁ ବିମାନବନ୍ଦର ଓ ରେଳ ଷ୍ଟେସନକୁ ଆସୁଥିବା ଯାତ୍ରୀଙ୍କୁ ଭୁବନେଶ୍ବର ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନକୁ ନେବା ପାଇଁ ୪ଟି ବସ୍ ଚାଲୁଛି। ଏହାସହ ଜରୁରୀକାଳୀନ ସେବା ପାଇଁ ୧୭ଟି ମୋ ବସ୍ ଚାଲୁଛି।



from Kanak News https://ift.tt/2TCl2HD https://ift.tt/2WZpF0w
ଏବେ ଚାଲିବନି ମୋ ବସ୍…ପିପିଇ କିଟ୍ ଏବଂ ମାସ୍କ ନଥିବାରୁ ବସ୍ ଚଳାଚଳ ନେଇ ଏଯାଏଁ ହୋଇନି ନିଷ୍ପତି Kanak News ଏବେ ଚାଲିବନି ମୋ ବସ୍…ପିପିଇ କିଟ୍ ଏବଂ ମାସ୍କ ନଥିବାରୁ ବସ୍ ଚଳାଚଳ ନେଇ ଏଯାଏଁ ହୋଇନି ନିଷ୍ପତି Kanak News Reviewed by SUBHENDU BARAL on May 24, 2020 Rating: 5

No comments:

Powered by Blogger.