ଭୋପାଳ ୨୫।୦୫: ଦେଶରେ କରୋନା ଜନିକ ଲକ୍ଡାଉନ୍ ଜାରି କରାଯାଇଛି । ଯାହାକି ୪ର୍ଥ ପର୍ଯ୍ୟାୟରେ ପହଞ୍ଚିଛି । ଦେଶରେ ଲକ୍ଡ଼ାଉନ୍ ଲାଗୁ ହେବା ଦିନ ଠାରୁ ବାହାଘର ପରି ଅନେକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗିଛି । ଲକ୍ଡାଉନ୍ ଲାଗି ଦେଶର ବିଭିନ୍ନ ସ୍ଥାନରୁ ଅନେକ ଅନେକ ପ୍ରକାର ବାହାଘର ହେଉଥିବାର ଖବର ଆସିଛି । ଏହିଭଳି ଖବର ଆସିଛି ମଧ୍ୟପ୍ରଦେଶ ବାଲାଘାଟ ଅଞ୍ଚଳରୁ , ଯେଉଁଠାରେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି । ବାହାଘରରେ ବରଯାତ୍ରୀ ନେବା ପାଇଁ ପ୍ରଶାସନ ଅନୁମତି ଦେଇନଥିଲା । ଶେଷରେ ବର ବାଧ୍ୟ ହୋଇ ଦୁଇ ରାଜ୍ୟ ମଧ୍ୟରେ ପ୍ରବାହିତ ହେଉଥିବା ନଦୀକୁ ପାର୍ କରି କନ୍ୟା ଘରକୁ ଯିବା ପାଇଁ ସ୍ଥିର କରିଥିଲେ । ଶେଷରେ କିଛି ବରଯାତ୍ରୀଙ୍କୁ ନେଇ ନଦୀପାର କରିଥିଲେ ବର , ଏବଂ ପହଞ୍ଚିଥିଲେ କନ୍ୟାର ବାପା ଘରେ ।

ସୂଚନାଯୋଗ୍ୟ ଯେ, ବର (ଇନ୍ଦ୍ରମେଘ ) ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲା ଧୋପାବାଡା ଗାଁର ବାସିନ୍ଦୀ । ବାହାଘର ପାଇଁ ବରଙ୍କ ପରିବାର ଲୋକ ବରଯାତ୍ରୀ ପାଇଁ ପ୍ରଶାସନର ଅନୁମତି ମାଗିଥିଲେ । କିନ୍ତୁ ମହାରାଷ୍ଟ୍ରରେ ସରକାର କରୋନା ସଂକ୍ରମଣ ବଢୁଥିବାର ଦେଖି ପ୍ରଶାସନ ଅନୁମତି ଦେଇନଥିଲା । ତେବେ ପ୍ରଶାସନ ଅନୁମତି ନଦେବାରୁ ଶେଷରେ ଚାଲି ଚାଲି ନଦୀ ପାର୍ ହୋଇ କନ୍ୟା ଘରକୁ ବରଯାତ୍ରୀ ନେବାକୁ ସ୍ଥିର କରିଥିଲେ ବର । ଶେଷରେ କିଛି ବରଯାତ୍ରୀଙ୍କୁ ନେଇ ଆରମ୍ଭ କରିଥିଲେ ଯାତ୍ରୀ। ବର ପ୍ରଥମେ ବାଇକ ଯୋଗେ ନଦୀ ପାଖରେ ପହଞ୍ଚିଥିଲା , ଏବଂ ପରେ ଚାଲି ଚାଲି ଦୁଇ ରାଜ୍ୟର ମଧ୍ୟରେ ବହୁଥିବା ନଦୀ ପାର ହୋଇ ମଧ୍ୟପ୍ରଦେଶର ବାଲାଘାଟର ଓକୋଳା ଗାଁରେ ଥିବା କନ୍ୟାର ଘରେ ପହଞ୍ଚିଥିଲେ ।

ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ଯିବା ପାଇଁ ନଦୀ ପାର୍ ହୋଇ କନ୍ୟା ଘରେ ପହଞ୍ଚିଯାଇଥିଲେ ବର । ବିବାହ ହେଲା ଏବଂ କନ୍ୟାକୁ ନେଇ ମଧ୍ୟ ସେହି ରାସ୍ତାରେ ନିଜ ଘରକୁ ଆଣିଥିଲେ ବର । ବାହାଘର ହେବା ସମୟରେ ଉଭୟ ପଟର ଲୋକେ ସାମାଜିକ ଦୂରତା ଉପରେ ବିଶେଷ ଧ୍ୟାନ ଦେଇଥିଲେ । ତେବେ ନଦୀ ପାର୍ ହୋଇ ବର ଓ କନ୍ୟା ଆସିଥିବାର ଖବର ଶୁଣି ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଥିଲା । ନଦୀ ମଧ୍ୟରେ ଥିବା ଏହି ରାସ୍ତାକୁ ସିଲ୍ କରିଦେଇଛି । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖି ଏହା ରାସ୍ତାରେ ଅନ୍ୟାମାନେ କିପରି ଯିବାଆସିବା କରିପାରିବେ ନାହିଁ ସେଥିପାଇଁ ଏହା ରାସ୍ତାକୁ ସିଲ୍ କରିଦେଇଛି ପ୍ରଶାସନ ।

କରୋନା ଜନିତ ଲକ୍ଡ଼ାଉନ୍ ସମୟରେ ବାହାଘର ନେଇ ବଡଧରଣର ଆୟୋଜନ ତ ହେଉନାହିଁ । କିନ୍ତୁ ଏହି ସମୟରେ ନିଆରା ବାହାଘରର ଚିତ୍ର ଦେଖିବାକୁ ମିଳୁଛି । ଏହିଭଳି ବାହାଘରେ ସବୁବେଳେ ସାଧାରଣଲୋକଙ୍କ ମନରେ ସ୍ମରଣୀୟ ହୋଇ ରହିବ ।

from Prameya News7 https://ift.tt/2TzU4QN
No comments: